ନୂଆଦିଲ୍ଲୀ: ଆଜିର ଡିଜିଟାଲ ଯୁଗରେ ପାସୱାର୍ଡ ହେଉଛି ଆମର ଅନଲାଇନ ସୁରକ୍ଷାର ପ୍ରଥମ ପ୍ରାଚୀର। କିନ୍ତୁ ଯଦି ଏହି ପ୍ରାଚୀର ଦୁର୍ବଳ ହୋଇଯାଏ, ତେବେ ହ୍ୟାକରମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, ବ୍ୟାଙ୍କ ବିବରଣୀ ଏବଂ ସୋସିଆଲ ମିଡିଆ ଆକାଉଣ୍ଟକୁ ଆକ୍ସେସ କରିପାରନ୍ତି। ଏବେ ଆମେ ଆପଣଙ୍କୁ ଜଣାଇବୁ କିପରି ପାସୱାର୍ଡ ଲିକ୍ ହୁଏ ଏବଂ ହ୍ୟାକରମାନେ କେଉଁ ଉପାୟରେ ଲୋକଙ୍କୁ ଟାର୍ଗେଟ କରନ୍ତି।
ଫିସିଂ (Phishing): ହ୍ୟାକରମାନେ ନକଲି ଇ-ମେଲ କିମ୍ବା ଓ୍ୱେବସାଇଟ ପଠାଇ ବ୍ୟବହାରକାରୀଙ୍କୁ ପ୍ରତାରଣା କରନ୍ତି ଏବଂ ପାସୱାର୍ଡ ପୂରଣ କରାଇନ୍ତି। ଏହି ଓ୍ୱେବସାଇଟଗୁଡ଼ିକ ଦେଖାଯିବାରେ ପ୍ରକୃତ ପରି ଲାଗେ।
କି-ଲଗିଂ ସଫ୍ଟୱେର: କିଛି ମାଲୱେର ଆପଣଙ୍କ ଡିଭାଇସରେ ଇନଷ୍ଟଲ ହୋଇଯାଏ, ଯାହା ପ୍ରତ୍ୟେକ କିବୋର୍ଡ ଚାପକୁ ରେକର୍ଡ କରେ, ଫଳରେ ହ୍ୟାକରଙ୍କୁ ଆପଣଙ୍କ ପାସୱାର୍ଡ ମିଳିଯାଏ।
ବ୍ରୁଟ ଫୋର୍ସ ଆକ୍ରମଣ: ହ୍ୟାକରମାନେ ବାରମ୍ବାର ଭିନ୍ନ ଭିନ୍ନ ପାସୱାର୍ଡ ଚେଷ୍ଟା କରି ସଠିକ ପାସୱାର୍ଡ ଅନୁମାନ କରିବାକୁ ପ୍ରୟାସ କରନ୍ତି, ବିଶେଷତ ଯଦି ପାସୱାର୍ଡ ଦୁର୍ବଳ ହୋଇଥାଏ।
ପବ୍ଲିକ ୱାଇ-ଫାଇ: ଖୋଲା ୱାଇ-ଫାଇ ନେଟୱାର୍କ ବ୍ୟବହାର କରିବା ସମୟରେ ଆପଣଙ୍କ ତଥ୍ୟ ଅସୁରକ୍ଷିତ ହୋଇଯାଏ ଏବଂ ହ୍ୟାକରମାନେ ତାହାକୁ ଇଣ୍ଟରସେପ୍ଟ କରିପାରନ୍ତି।
ଡାଟା ବ୍ରିଚ: ଅନେକ ସମୟରେ ବଡ଼ ଓ୍ୱେବସାଇଟ କିମ୍ବା କମ୍ପାନୀଗୁଡ଼ିକର ଡାଟା ଲିକ୍ ହୋଇଯାଏ, ଯେଉଁଥିରେ ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ଇ-ମେଲ ଏବଂ ପାସୱାର୍ଡ ହ୍ୟାକରଙ୍କ ହାତକୁ ଚାଲିଯାଏ।
ସୋସିଆଲ ଇଞ୍ଜିନିୟରିଂ: ହ୍ୟାକରମାନେ ଆପଣଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ ଦେଖି ଆପଣଙ୍କ ଜୀବନ ସହ ଜଡ଼ିତ ଅନୁମାନ (ଯେପରି ଜନ୍ମତାରିଖ, ପୋଷା ପ୍ରାଣୀର ନାମ) କରନ୍ତି ଏବଂ ସେଗୁଡ଼ିକୁ ପାସୱାର୍ଡ ଭାବେ ଚେଷ୍ଟା କରନ୍ତି।
ପାସୱାର୍ଡକୁ କିପରି ସୁରକ୍ଷିତ ରଖିବେ?
• ମଜବୁତ ଏବଂ ଅନନ୍ୟ ପାସୱାର୍ଡ ରଖନ୍ତୁ ଏବଂ ପ୍ରତ୍ୟେକ ସାଇଟ ପାଇଁ ଅଲଗା ପାସୱାର୍ଡ ତିଆରି କରନ୍ତୁ।
• ଟୁ-ଫ୍ୟାକ୍ଟର ଅଥେଣ୍ଟିକେସନ (2FA) ନିଶ୍ଚିତ ଭାବେ ଚାଲୁ କରନ୍ତୁ।
• ଅଜଣା ଲିଙ୍କ ଉପରେ କ୍ଲିକ କରିବାରୁ ଦୂରେଇ ରୁହନ୍ତୁ।
• ପବ୍ଲିକ ୱାଇ-ଫାଇରୁ ଲଗଇନ କରନ୍ତୁ ନାହିଁ।
• ସମୟ ସମୟରେ ପାସୱାର୍ଡ ବଦଳାନ୍ତୁ।
BREAKING NEWS
- ମହାଭିଯୋଗର ସାମ୍ନା କରୁଥିବା ପିଟ୍ ହେଗସେଥଙ୍କ ବଡ଼ ବୟାନ; କହିଲେ ‘ନିଜ ଯୋଦ୍ଧାଙ୍କୁ ଦଣ୍ଡ ଦେଉଛି ଆମେରିକା’
- ରାମପୁର ସିଆରପିଏଫ କ୍ୟାମ୍ପ ଆକ୍ରମଣ ମାମଲାରେ ଦୋଷୀ ମହମ୍ମଦ ସରିଫକୁ ଗୁଳି କରି ହତ୍ୟା
- ଶୀତ ଆରମ୍ଭରୁ ଉତ୍ତର ଭାରତ ଓ ପାକିସ୍ତାନରେ ବଢ଼ିଲା ପ୍ରଦୂଷଣ, ମହାକାଶରୁ ଦିଶିଲା ଧୂଆଁ ଓ ଧୂଳିର ମୋଟା ଆସ୍ତରଣ
- କଲେଜ ଓ ବିଶ୍ୱବିଦ୍ୟାଳୟରେ ମିଳିବ ମାଗଣା Wi-Fi, ପ୍ରତିଦିନ ୧ ଜିବି…
- ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀ
- ଆଇଏସ୍ଏସ୍ଏଫ୍ ବିଶ୍ୱ ଚାମ୍ପିୟନସିପ୍: ଟିମ୍ରେ ସ୍ୱର୍ଣ୍ଣ ପଦକ ଜିତିଲେ ମନୁ, ଇଷା, ଅଲିମ୍ପିକ୍ କୋଟାରୁ ବଞ୍ଚିତ
- ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଲେଖା ପ୍ରସଙ୍ଗ; ପ୍ରତିକ୍ରିୟା ରଖିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ
- ଷ୍ଟାର୍ଟଅପ୍ ଓ ବ୍ୟବସାୟିକ ସହଯୋଗ ପାଇଁ ଓଡ଼ିଶା-ଜାପାନ ମଧ୍ୟରେ MoU
- ଦୁଇଟି ସ୍ଥାନରେ ଚଢ଼ଉ; ୧୪୦ କେଜି ଗଞ୍ଜେଇ ଜବତ, ୫ ଗିରଫ
- ଋଷଭ ପନ୍ତ ସମ୍ପୂର୍ଣ୍ଣ ଫିଟ୍: ନଭେମ୍ବର ୧୨ରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବା ଏକପ୍ରକାର ନିଶ୍ଚିତ
Comments are closed.