India-Israel Tie: ଆମେରିକା ସହ ଶୁଳ୍କ ବିବାଦ ମଧ୍ୟରେ..ଭାରତ- ଇସ୍ରାଏଲ ସ୍ୱାକ୍ଷର କରିବେ ମୁକ୍ତ ବାଣିଜ୍ୟ ଚୁକ୍ତି !
ନୂଆଦିଲ୍ଲୀ:ଆମେରିକା ସହିତ ଚାଲିଥିବା ଶୁଳ୍କ ବିବାଦ ମଧ୍ୟରେ ଭାରତ ଏବଂ ଇସ୍ରାଏଲ ଏହି ସପ୍ତାହରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତି (bilateral investment treaty-BIT) ସ୍ୱାକ୍ଷର କରିବାର ସମ୍ଭାବନା ରହିଛି। ଏହି ଚୁକ୍ତି ଦୁଇ ଦେଶ ମଧ୍ୟରେ ଏକ ମୁକ୍ତ ବାଣିଜ୍ୟ ଚୁକ୍ତି ( free trade agreement-FTA) ପାଇଁ ମୂଳଦୁଆ ସ୍ଥାପନ କରିବ। ତେବେ ଏହା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଏକ ଝଟକା ହୋଇପାରେ। ସୂତ୍ର ଅନୁସାରେ, ଇସ୍ରାଏଲର ଅର୍ଥମନ୍ତ୍ରୀ ବେଜାଲେଲ୍ ସ୍ମୋଟ୍ରିଚ୍ (Israeli Finance Minister Bezalel Smotrich) ଙ୍କ ଭାରତ ଗସ୍ତ ସମୟରେ ଏହି ଚୁକ୍ତି ହୋଇପାରେ । ସେ ସେପ୍ଟେମ୍ବର ୮ ରୁ ୧୦ ପର୍ଯ୍ୟନ୍ତ ତିନି ଦିନିଆ ଗସ୍ତରେ ଭାରତ ଆସୁଛନ୍ତି।
ଏହି ଗସ୍ତ ସମୟରେ ସେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman), ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଓ ଗୃହ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କୁ ଭେଟିବେ। ଏହା ବ୍ୟତୀତ ଇସ୍ରାଏଲୀ ଅର୍ଥମନ୍ତ୍ରୀ ମୁମ୍ବାଇ ଏବଂ ଗାନ୍ଧୀନଗରର GIFT ସିଟି ମଧ୍ୟ ଗସ୍ତ କରିବେ। ଏଠାରେ ଥିବା ଆନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର (IFSC) ବିଶ୍ୱସ୍ତରୀୟ ବ୍ୟାଙ୍କିଙ୍ଗ, ବୀମା, ପୁଞ୍ଜି ବଜାର ଏବଂ ପାଣ୍ଠି ପରିଚାଳନା ସେବା ପ୍ରଦାନ କରେ।
ସୂତ୍ର ଅନୁଯାୟୀ, ଏହି ଗସ୍ତର ଉଦ୍ଦେଶ୍ୟ ହେଉଛି ଭାରତ-ଇସ୍ରାଏଲ ଅର୍ଥନୈତିକ ଏବଂ ଆର୍ଥିକ ସମ୍ପର୍କକୁ ଆହୁରି ମଜବୁତ କରିବା ଓ BIT ,FTA ଭଳି ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ପାଇଁ ଆଧାର ପ୍ରସ୍ତୁତ କରିବା। BIT ଉପରେ ଆଲୋଚନା ସମାପ୍ତ ହୋଇଛି ଏବଂ ଉଭୟ ଅର୍ଥମନ୍ତ୍ରୀ ଏଥିରେ ସ୍ୱାକ୍ଷର କରିବେ। ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଏକ ଦ୍ୱିପାକ୍ଷିକ ନିବେଶ ଚୁକ୍ତିନାମା ଉଭୟ ଦେଶର ନିବେଶକମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ସୁନିଶ୍ଚିତ କରିବ। ଉଭୟ ଦେଶର ନିବେଶକମାନଙ୍କୁ ଆଇନଗତ ସୁରକ୍ଷା ଏବଂ ସ୍ଥିରତାର ଗ୍ୟାରେଣ୍ଟି ମିଳିବ। ଏଥିସହ ବିବାଦ ସମାଧାନ ପାଇଁ ଏକ ସ୍ୱାଧୀନ ମଧ୍ୟସ୍ଥତା ମଞ୍ଚ ଉପଲବ୍ଧ ହେବ।
ସୂଚନାଥାଉକି, ଇସ୍ରାଏଲ ୨୦୦୦ ମସିହାରୁ ୧୫ ରୁ ଅଧିକ ଦେଶ ସହିତ BIT ସ୍ୱାକ୍ଷର କରିଛି । ଏଥିରେ ସଂଯୁକ୍ତ ଆରବ ଏମିରେଟ୍ସ, ଜାପାନ, ଫିଲିପାଇନ୍ସ, ଥାଇଲ୍ୟାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଅନ୍ତର୍ଭୁକ୍ତ। ଏହି ଗସ୍ତ ଭାରତ ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଆର୍ଥିକ ସହଯୋଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ପ୍ରମାଣିତ ହୋଇପାରେ।
ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ବାର୍ଷିକ ପ୍ରାୟ ୪ ବିଲିୟନ ଆମେରିକୀୟ ଡଲାର ରହିଛି। ୨୦୦୦ ରୁ ୨୦୨୫ ପର୍ଯ୍ୟନ୍ତ ଭାରତରୁ ଇସ୍ରାଏଲରେ ମୋଟ ୪୪୩ ନିୟୁତ ଡଲାର ନିବେଶ ହୋଇଥିଲା ଏବଂ ଏହି ଅବଧିରେ ଇସ୍ରାଏଲର ଭାରତରେ ଏଫଡିଆଇ ଅବଦାନ ୩୩.୪୨ କୋଟି ଡଲାର ଥିଲା।
ବିଶେଷଜ୍ଞଙ୍କ ମତରେ, ଇସ୍ରାଏଲର ଉଚ୍ଚ-ପ୍ରଯୁକ୍ତିବିଦ୍ୟା ନବସୃଜନ ଏବଂ ଭାରତର ବିଶାଳ ବଜାର ସମ୍ଭାବନା ସେମାନଙ୍କୁ ସ୍ୱାଭାବିକ ଅଂଶୀଦାର କରିଥାଏ।
Comments are closed.