Latest Odisha News

BREAKING NEWS

Mother & Son Missing: ଭିତରକନିକା ଜଙ୍ଗଲ ଭିତରେ ମାଆ-ପୁଅ ନିଖୋଜ,୫ ଦିନ ହେଲାଣି ମିଳୁନି ପତ୍ତା

କେନ୍ଦ୍ରାପଡ଼ା: ଭିତରକନିକା ଜଙ୍ଗଲ ଭିତରେ ମାଆ-ପୁଅ ନିଖୋଜ। ବୁଧବାର କଙ୍କଡ଼ା ଧରିବାକୁ ଯାଇ ମାଆ ଓ ୧୮ ବର୍ଷୀୟ ପୁଅ ନିଖୋଜ ହୋଇଯାଇଛନ୍ତି। ମାଆ-ପୁଅ ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗାଁର ବାସିନ୍ଦା ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଏହି ଜଙ୍ଗଲ ଭିତରେ ଭଉଣୀ ଓ ପୁତୁରା ସହ ଉଭୟ ମାଆ ଓ ପୁଅ ଯାଇଥିଲେ। ହେଲେ ଆଜି ୫ ଦିନ ହେଲାଣି ମାଆ-ପୁଅଙ୍କର କୌଣସି ପତ୍ତା ମିଳୁନି।

ନିଖୋଜ ଦୁଇ ଜଣ ହେଲେ ଦେବେନ୍ଦ୍ର ନାରାୟଣପୁର ଗାଁର ଅଞ୍ଜନା ମିର୍ଦ୍ଧା ଓ ପୁଅ ରତିନ୍ଦ୍ର ମିର୍ଦ୍ଧା । ଭିତରକନିକା ଜଙ୍ଗଲର ୧୦ କିଲୋମିଟର ଭିତରକୁ ଯାଇ ମାଆ-ପୁଅ ଯାଇ ଆଉ ଫେରିନଥିଲେ। ଘଟଣାସ୍ଥଳରେ ଖୋଜା ଖୋଜି ଜାରି ରଖିଛନ୍ତି ବନ ବିଭାଗର ୧୦ଟି ଟିମ୍। ମାଆ ପୁଅଙ୍କୁ ଖୋଜିବ ତାଳଚୁଆ ସାମୁଦ୍ରିକ ଥାନାର ଡ୍ରୋନ କ୍ୟାମେରା। ଗାଁ ଲୋକଙ୍କ ସହିତ ସାମିଲ ଅଛନ୍ତି ପରିବାର। କୁମ୍ଭୀର ଟାଣି ନେଇଥିବା ସନ୍ଦେହ କରାଯାଉଛି।

Comments are closed.