ନୂଆଦିଲ୍ଲୀ: ଭାରତର ମହାକାଶ ଜଗତରେ ଏକ ଐତିହାସିକ ପଦକ୍ଷେପ ନେବାକୁ ଯାଉଛି । DRDO ସୂତ୍ର ଅନୁସାରେ, ସ୍ୱଦେଶୀ କାବେରୀ ଇଞ୍ଜିନକୁ ଖୁବ୍ ଶୀଘ୍ର ଲାଇଟ କମ୍ବେଟ ଇଞ୍ଜନ (LCA) ତେଜସରେ ପରୀକ୍ଷଣ କରାଯିବ । ଏହା ପ୍ରଥମ ଥର ହେବ ଯେତେବେଳେ ଭାରତର ନିଜସ୍ୱ ବିକଶିତ ଇଞ୍ଜିନକୁ ବିମାନରେ ପରୀକ୍ଷଣ କରାଯିବ ।
ସୂତ୍ର ଅନୁଯାୟୀ, ତେଜସରେ କାବେରୀ ଇଞ୍ଜିନର ପରୀକ୍ଷଣ ଦ୍ୱାରା ବିକାଶ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବ । ଏହା DRDO ଟିମ୍ କୁ ଆତ୍ମବିଶ୍ୱାସ ଦେବ ଏବଂ ପ୍ରମାଣ କରିବ ଯେ ଭାରତ ନିଜର ଇଞ୍ଜିନ ବିକଶିତ କରିଛି, ଯାହାକୁ ଏକ ଯୁଦ୍ଧ ବିମାନରେ ସଫଳତାର ସହ ସ୍ଥାପନ ଏବଂ ପରୀକ୍ଷଣ କରାଯାଇପାରିବ । ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବ ।
ଏହି ପ୍ରୋଜେକ୍ଟକୁ ଆଗକୁ ନେବା ପାଇଁ, DRDO, ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL), ଭାରତୀୟ ବାୟୁସେନା (IAF) ଏବଂ ଘରୋଇ ଶିଳ୍ପଗୁଡ଼ିକ ମଧ୍ୟରେ ଆଲୋଚନା ଶେଷ ହୋଇଛି । ବର୍ତ୍ତମାନ ସମସ୍ତ ପକ୍ଷ ଏହି ପ୍ରୋଜେକ୍ଟରେ ଏକାଠି କାମ କରିବେ । HAL ତେଜସରେ ଇଞ୍ଜିନ ସ୍ଥାପନ କାର୍ଯ୍ୟ ଦେଖିବ । ଆଉ ବାୟୁସେନା ତା’ର ଅଭିଜ୍ଞତାରୁ ଇଞ୍ଜିନ କିପରି କାର୍ଯ୍ୟକ୍ଷମ ଆବଶ୍ୟକତା ପୂରଣ କରାଯାଇପାରିବ ସେନେଇ ତଦାରଖ କରିବ ।
ଏହା କାହିଁକି ଗୁରୁତ୍ୱପୂର୍ଣ୍ଣ?
ବର୍ତ୍ତମାନ, ତେଜସରେ US ଜେନେରାଲ ଇଲେକ୍ଟ୍ରିକ୍ F404 ଏବଂ F414 ଇଞ୍ଜିନ ଅଛି । ଯଦି କାବେରୀ ଇଞ୍ଜିନ ସଫଳ ଭାବରେ ପରୀକ୍ଷଣ କରାଯାଏ, ତେବେ ଭାରତକୁ ବିଦେଶୀ ଇଞ୍ଜିନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ । ଏହି ପଦକ୍ଷେପ “ମେକ୍ ଇନ୍ ଇଣ୍ଡିଆ” ଏବଂ “ଆତ୍ମନିର୍ଭର ଭାରତ”ର ପ୍ରୟାସକୁ ମଧ୍ୟ ମଜବୁତ କରିବ ।
ପରୀକ୍ଷଣ କିପରି ହେବ?
କାବେରୀ ଇଞ୍ଜିନର ପ୍ରଥମ ଗ୍ରାଉଣ୍ଡ ରନ୍ ଏବଂ ହାଇଟ୍ ସିମୁଲେସନ ଭଳି ଅନେକ ପରୀକ୍ଷଣ ପୂର୍ବରୁ କରାଯାଇସାରିଛି । ଏବେ ଏହାକୁ ତେଜସରେ ସ୍ଥାପିତ କରାଯିବ ।
ପ୍ରାରମ୍ଭିକ ଉଡ଼ାଣଗୁଡ଼ିକ ଏକ କମ୍-ରିସ୍କ ପ୍ରୋଫାଇଲରେ ହେବ ।
ଇଞ୍ଜିନର ସ୍ଥିରତା, ଥ୍ରଷ୍ଟ ଏବଂ ବିମାନର ସିଷ୍ଟମ ସହିତ ସୁସଙ୍ଗତତା ପରୀକ୍ଷା କରାଯିବ ।
ଯଦି ସବୁକିଛି ଠିକ୍ ହୁଏ, ତେବେ ଏହି ଇଞ୍ଜିନକୁ ଆଗାମୀ ୨୩ ବର୍ଷ ମଧ୍ୟରେ ଅପରେସନାଲ ବ୍ୟବହାର ପାଇଁ ପ୍ରମାଣିତ କରାଯାଇପାରିବ ।
Comments are closed.