Latest Odisha News

BREAKING NEWS

Israel’s Full-Scale Attack: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା, ତୁରନ୍ତ ଗାଜା ଛାଡିବାକୁ ଲୋକଙ୍କୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା । ତୁରନ୍ତ ଗାଜା ଛାଡିବାକୁ ସାଧାରଣଲୋକଙ୍କୁ ନିର୍ଦ୍ଦେଶ ଦେଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ। ଗାଜାରେ ବଡ଼ ସୈନ୍ୟ ଅପରେସନ ଆରମ୍ଭ ହେବ। ଗାଜା ସିଟି ଓ ଶରଣାର୍ଥୀ ଶିବିର ଗୁଡିକୁ ଲକ୍ଷ୍ୟ କରାଯିବ। ତେଣୁ ତୁରନ୍ତ ଗାଜା ଛାଡିବାକୁ କହିଛନ୍ତି ନେତାନ୍ୟାହୁ।

ହମାସଙ୍କୁ ଚିହ୍ନଟ କରିବା ସହ ତୁରନ୍ତ ବନ୍ଦୀଙ୍କୁ ମୁକ୍ତ କରାଯିବ। ଜେରୁଜେଲମରେ ଏକ ବସ୍ ଉପରେ ଦୁଇଜଣ ପାଲେଷ୍ଟାଇନୀୟ ବନ୍ଧୁକଧାରୀ ଆକ୍ରମଣ କରି ୬ ଜଣଙ୍କୁ ହତ୍ୟା କରିବା ପରେ ନେତାନ୍ୟାହୁଙ୍କ ଏଭଳି ଘୋଷଣା ସାମ୍ନାକୁ ଆସିଛି। ବାରମ୍ବାର ଆକ୍ରମଣ ଯୋଗୁ ଗାଜାର ୯୦ ପ୍ରତିଶତ ଲୋକ ବିସ୍ଥାପିତ ହୋଇଛି । ଦୁଇଲକ୍ଷ ଲୋକ ବାରମ୍ବାର ବିସ୍ଥାପିତ ହୋଇଛନ୍ତି । ଗାଜାରେ ଏପର୍ଯ୍ୟନ୍ତ ୬୧ ହଜାରରୁ ଅଧିକ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ହଜାର ହଜାର ଶିଶୁ ମଧ୍ୟ ଅଛନ୍ତି ।

Comments are closed.