ଭୁବନେଶ୍ବର: ପୁଣି ରୁପେଲି ପରଦାକୁ ନିଜର ଜଲଓ୍ବା ଦେଖେଇବାକୁ ଫେରୁଛନ୍ତି ଓଡ଼ିଆ ସୁପରଷ୍ଟାର ଅନୁଭବ ମହାନ୍ତି । ତାଙ୍କ ଅଭିନୀତ ‘ଚାରିଧାମ’ ଫିଲ୍ମର ଟିଜର ରିଲିଜ ହୋଇଛି । ଏହା ସହ ଫିଲ୍ମଟି କେବେ ପରଦାକୁ ଆସିବ ତାହାର ତାରିଖ ପ୍ରକାଶ ପାଇଛି । ତେବେ ଫିଲ୍ମଟିର ଟିଜରକୁ ଲୋକେ ବେଶ ପ୍ରଶଂସା କରିଛନ୍ତି ବେଶ ଉତ୍ସାହର ସହ ଅପେକ୍ଷା କରିଥିବା କହିଛନ୍ତି ।
ନିର୍ଦ୍ଦେଶକ ତାପସ ସରଗରିଆ ‘ଚାରିଧାମ’ ଫିଲ୍ମକୁ ନିର୍ଦ୍ଦେଶନା ଦେଇଥିବାବେଳେ, ଏହାର ପ୍ରଜୋଜନା ଭାର ସମ୍ଭାଳିଛନ୍ତି ହିମାଦ୍ରି ତନୟା ଦାସ । ଏଥିରେ ମୁଖ୍ୟ ଭୂମିକାରେ ଅନୁଭବ ରହିଛନ୍ତି ତାଙ୍କ ବିପକ୍ଷରେ ଅଛନ୍ତି ଅନୁରାଧା ପାଣିଗ୍ରାହୀ । ଅନୁଭବ ଓ ଅନୁରାଧାଙ୍କ ସମେତ ଏହି ଫିଲ୍ମରେ ସୁକାନ୍ତ ରାଧା, ଅଶୋକ ଦାସ, ମମତା ତ୍ରିପାଠୀ, ପ୍ରଦ୍ୟୁମନା ଲେଙ୍କା, ଆଶିଷ (ଗୁଲୁଆ), ସୁଜିତ ପାଇକରାୟ, ଶକ୍ତି ବାରଲା ଏବଂ କାଳିଆ ଷଣ୍ଢ ନଜର ଆସିବେ ।
ଫିଲ୍ମରେ ଦର୍ଶାଯାଇଛି ଯେ, ଜଣେ ପୁଅ ନିଜ ବାପା ମାଆଙ୍କୁ ଚାରିଧାମ ଯାତ୍ରା କରାଇବାକୁ କିପରି ସଂଘର୍ଷ କରୁଛି । ଏଥିସହ ଆମ ଜୀବନରେ ବାପାମାଆଙ୍କ ମହତ୍ୱ କ’ଣ ତାହା ମଧ୍ୟ ଏଥିରେ ଗୁରୁତ୍ୱରୋପ କରାଯାଇଛି । ଏହି ଫିଲ୍ମ ୨୫ ସେପ୍ଟେମ୍ବରରେ ପରଦାକୁ ଆସିବ । ଏହାର ଟିଜର ରିଲିଜ ହେବା ପରଠାରୁ ଏହାକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଛନ୍ତି ।
ଟିଜରରେ କମେଣ୍ଟ ଦେଇ ଫ୍ୟାନ୍ସ ମାନେ ଲେଖିଛନ୍ତି ଯେ, ଏପରି ଏକ ଚଳଚ୍ଚିତ୍ର ଯାହା ଆପଣଙ୍କୁ କନ୍ଦାଇବ, ହସାଇବ ଏବଂ ପୁଣିଥରେ ବିଶ୍ୱାସ କରାଇବ । ଆଉ ଜଣେ ଲେଖିଛନ୍ତି, ଚାରିଧାମ ସହିତ ଇତିହାସ ଲେଖା ହେବାକୁ ଯାଉଛି । ବ୍ଲକବ୍ଲଷ୍ଟର ହେବ ଫିଲ୍ମ ।
Comments are closed.