Latest Odisha News

Nepal Gen Z Unrest: ପ୍ଲିଜ ମୋତେ ବଞ୍ଚାଇ ଦିଅ…. ନେପାଳରେ ଫସିଥିବା ଭାତୀୟ ମହିଳାଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ : ଯୁଦ୍ଧଭୂମିରେ ପରିଣତ ହେଲା ନେପାଳ ରାଜଧାନୀ । ସଂସଦ ଭବନରେ ଲଗାଇଲେ ନିଆଁ, ଆଉ ଲୁହବୁହା ଗ୍ୟାସ୍‌ରେ ଅଣନିଶ୍ବାସୀ ଯୁବପିଢ଼ି… ହସ୍ପିଟାଲରେ ବେଡ୍‌ର ସଂକଟ ଦେଖାଦେଉଛି…ରାସ୍ତାରେ ଆମ୍ବୁଲାନ୍ସର ସାଇରନ୍‌ ଶୁଭୁଛି…ଏକ ଯୁଦ୍ଧଭୂମିରେ ପରିଣତ ହୋଇଛି ନେପାଳର ରାଜଧାନୀ…ସୋସିଆଲ ମିଡିଆ ବ୍ୟାନ୍‌କୁ ନେଇ ତାତି ଉଠିଥିବା ନେପାଳର ଯୁବପିଢ଼ି ସରକାର ବଦଳାଇ ଦେଇଛନ୍ତି…ଗାଦିଚ୍ୟୁତ ହୋଇଛନ୍ତି କେପି ଓଲି ସରକାର…ଆକ୍ରୋଶର ପ୍ରଭାବ ଏତେ ତୀବ୍ର ହେଲା ଯେ, ଶେଷରେ GEN-Zଙ୍କ ଆଗରେ ମୁଣ୍ଡ ନୁଆଁଇଲେ ପ୍ରଧାନମନ୍ତ୍ରୀ କେପି ଓଲି…ଆଉ ଇସ୍ତଫା ଦେଲେ….

ହିଂସା ଏତେ ବ୍ୟାପିଛି ଯେ ଅନେକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ମଧ୍ୟ ଏଥିରେ ଫସିଛନ୍ତି। ଏଥିରେ ଭାରତୀୟ ଟୁରିଷ୍ଟ ମଧ୍ୟ ଅନ୍ତର୍ଭୁକ୍ତ ଅଛନ୍ତି। ରାଜଧାନୀ କାଠମାଣ୍ଡୁରେ ହୋଇଥିବା ହିଂସାରେ ଫସିଥିବା ଜଣେ ଭାରତୀୟ ମହିଳା ପର୍ଯ୍ୟଟକ ସରକାରଙ୍କୁ ଜୀବନ ବଞ୍ଚାଇବାକୁ ଅନୁରୋଧ କରିଛନ୍ତି। ଏହି ମହିଳା ସୋଶିଆଲ୍ ମିଡିଆ ପ୍ଲାଟଫର୍ମରେ ଗୋଟିଏ ଭିଡିଓ ଜାରି କରି କହିଛନ୍ତି ଯେ ସେ ଯେଉଁ ହୋଟେଲରେ  ଥିଲେ, ସେଠାରେ ଆନ୍ଦୋଳନକାରୀମାନେ ହୋଟେଲକୁ କବ୍‌ଜା କରିଦେଇଛନ୍ତି । ସେ ଏହି ଭିଡିଓର ମାଧ୍ୟମରେ କହିଛନ୍ତି ଯେ କିଛି ଯୁବକ ତାଙ୍କ ପଛରେ ଲାଠି-ଡଣ୍ଡା ନେଇ ଦୌଡ଼ିଲେ। ସେ କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇଛନ୍ତି। ମହିଳା ଭାରତ ସରକାରଙ୍କୁ ଜୀବନ ବଞ୍ଚାଇବାକୁ ଅନୁରୋଧ କରିଛନ୍ତି।

ସୂଚନା ଥାଉକି, ସୋମବାର ସୋସିଆଲ ମିଡିଆକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଥିଲେ ଯୁବପିଢ଼ି.. ଆନ୍ଦୋଳନକାରୀଙ୍କ ମୁତାବକ, ସେମାନେ ପ୍ରଥମେ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ ପ୍ରଦର୍ଶନ କରୁଥିଲେ.. ତେବେ ଆନ୍ଦୋଳନକୁ ସମାପ୍ତ କରିବାକୁ ସରକାର ଯେଉଁ କଡ଼ା ଆଭିମୁଖ୍ୟ ଆପଣାଇଲେ, ତାହା ଆନ୍ଦୋଳନର ନିଆଁକୁ ତତାଇଦେଲା.. ସୁରକ୍ଷାକର୍ମୀଙ୍କ ଗୁଳିରେ ୨୦ଜଣ ଆନ୍ଦୋଳନକାରୀଙ୍କ ମୃତ୍ୟୁ ହେଲା, ୩୦୦ରୁ ଅଧିକ ଆହତ ହେଲେ.. ବାସ୍‌ ତାପରେ, ଏହି ଜେନ୍‌ ଜେଡ୍‌ ଆନ୍ଦୋଳନ ନେଲା ଭୟଙ୍କର ରୂପ ।

Comments are closed.