ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବେଆଇନ ଭାବେ ରହୁଥିଲେ କାଲି ବିଦା ହେବେ ବୋଲି ସୂଚନା ଦେଲେ ଏସିପି ଜୋନ୍-୫ ବିଶ୍ବରଞ୍ଜନ ସେନାପତି । ଯେଉଁମାନେ ବେଆଇନ ଭାବେ କ୍ବାର୍ଟର୍ସ ମାଡ଼ି ବସିଛନ୍ତି, କାଲି ବିଦା ହେବେ । ଆଜି ସରୁଛି ନୋଟିସ୍ର ଡେଡ୍ଲାଇନ, କାଲି ପୋଲିସ ଉଚ୍ଛେଦ କରିବ ବୋଲି ସେ କହିଛନ୍ତି ।
ବିଶ୍ବରଞ୍ଜନ ସେନାପତି ଆହୁରି କହିଛନ୍ତି ଯେ, ବସ୍ତି କରି ରହୁଥିବା ଲୋକଙ୍କୁ ଉଚ୍ଛେଦ ପାଇଁ ଟିକେ ସମୟ ଲାଗିବ । ଅଣଛାତ୍ରଙ୍କୁ ବିଦା ପରେ ଏବେ କ୍ବାର୍ଟର୍ସ କ୍ଲିନ୍ ପାଇଁ କର୍ତ୍ତୃପକ୍ଷଙ୍କ ପଦକ୍ଷେପ ରହିଛି ।
ସୂଚନାଯୋଗ୍ୟ, ସେପ୍ଟେମ୍ବର ୮ ତାରିଖରେ ଅଣଛାତ୍ରଙ୍କୁ ହଟାଇ ୩ ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍ କରାଯାଇଥିଲା। ମରାମତି କରି ଛାତ୍ରଙ୍କୁ ଆଲଟମେଣ୍ଟ କରାଯିବା ନେଇ କୁହାଯାଇଛି। ୨ନଂ ହଷ୍ଟେଲ୍ର ୨୫ ରୁମ୍ ଓ ୧ନଂ ହଷ୍ଟେଲ୍ର ୧୯ ରୁମ୍ ସିଲ୍ କରିଛନ୍ତି ବାଣୀବିହାର କର୍ତ୍ତୃପକ୍ଷ ।
ସେହିପରି ୧ନଂ ହଷ୍ଟେଲ ପାଖରେ ଥିବା କ୍ୟାଣ୍ଟିନ ମଧ୍ୟ ସିଲ୍ ହୋଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ପୋଲିସ ଜଗିବେ । ଆଗକୁ ଆଇଡି କାର୍ଡ ଦେଖାଇଲେ ଯାଇ ପିଲା ଭିତରକୁ ଯିବେ ବୋଲି ନିଷ୍ପତ୍ତି ହୋଇଛି । ୧୦ ପ୍ଳାଟୁନ ପୁଲିସ ସହାୟତାରେ ବିଶ୍ବବିଦ୍ୟାଳୟର ହଷ୍ଟେଲରୁ ଅଣଛାତ୍ରଙ୍କୁ ବାହାର କରିଥିଲେ । ୧ ନମ୍ବର, ୨ ନମ୍ବର, ୩ ନମ୍ବର ଏବଂ ୫ ନମ୍ବର ଛାତ୍ରାବାସରେ କବଜା କରାଯାଇଥିବା ଶତାଧିକ ରୁମରେ ତାଲା ଭାଙ୍ଗି ନୂଆ ତାଲା ପକାଯାଇଥିଲା ।
Comments are closed.