ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ନଭେମ୍ବରରୁ ଆଶେସ ସିରିଜ ଆରମ୍ଭ ହେବ । ଏବେଠାରୁ ଏ ନେଇ ପ୍ରଶଂସକମାନଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଏହି ସିରିଜ ପୂର୍ବରୁ ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ ଏକ ବଡ ଘୋଷଣା କରିଛନ୍ତି । ସେ କହିଛନ୍ତି ଯଦି ଏହି ସିରିଜରେ ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ଶତକ ନ ମାରିବେ ତେବେ ସେ ବିନା ପୋଷାକରେ ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ଦୌଡିବେ । ତାଙ୍କର ଏହି ବୟାନ ଏବେ ଚର୍ଚ୍ଚାର କାରଣ ସାଜିଛି । ରୁଟ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି । ୨୦୨୧ ପରଠାରୁ ସେ ୬୧ ଟେଷ୍ଟରେ ୫୬ରୁ ଊର୍ଦ୍ଧ୍ୱ ଆଭରେଜରେ ୫୭୨୦ ରନ ସଂଗ୍ରହ କରି ନେଇଛନ୍ତି । ଏଥିରେ ୨୨ ଶତକ ଓ ୧୭ ଅର୍ଦ୍ଧଶତକ ରହିଛି ।
ରୁଟ ଅଷ୍ଟ୍ରେଲିଆରେ ୧୪ଟି ଟେଷ୍ଟ ଖେଳିଛନ୍ତି । ସେ ୩୫.୬୮ ଆଭରେଜରେ ୮୯୨ ରନ କରିଛନ୍ତି । ୯ଟି ଅର୍ଦ୍ଧଶତକ ମାରିଥିବା ବେଳେ ଶତକ ହାସଲ କରିପାରି ନାହାନ୍ତି । ରୁଟ ଇଂଲଣ୍ଡ ମାଟିରେ ୨୪, ଭାରତ,ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କାରେ ୩, ୱେଷ୍ଟଇଣ୍ଡିଜରେ ୪ ଏବଂ ପାକିସ୍ତାନ, ଦକ୍ଷିଣ ଆଫ୍ରିକାରେ ଗୋଟିଏ ଲେଖାଏଁ ଶତକ ହାସଲ କରିଛନ୍ତି । ଅଷ୍ଟ୍ରେଲିଆ, ବାଂଲାଦେଶ ଓ ୟୁଏଇରେ ସେ ଶତକ ମାରି ନାହାନ୍ତି ।
Comments are closed.