Latest Odisha News

BREAKING NEWS

Archana Nag: ଅର୍ଚ୍ଚନା ନାଗ୍‌ଙ୍କ ଘରେ ED; ବିଲ୍‌ଡିଂ ସହ ଆସବାବପତ୍ର ଆଟାଚ୍

ଭୁବନେଶ୍ବର:ଅର୍ଚ୍ଚନା ନାଗଙ୍କ ଘରେ ED ଚଢ଼ାଉ । ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନ୍‌ଭିନ୍‌ ଚଳାଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ଚଢ଼ାଉ କରିଛି ED । ପୂର୍ବରୁ ଘର ଛାଡ଼ିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା। ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ରହିଛି ।

ଇଡି ଏହି ଚଢ଼ଉ ବେଳେ ଅର୍ଚ୍ଚନା ନାଗଙ୍କ ଘରକୁ ଆଟାଚ୍‌ କରିଛି। ଅର୍ଚ୍ଚନାଙ୍କ ସତ୍ୟବିହାର ସ୍ଥିତ ଜି+୨ ବିଲ୍‌ଡିଂ ସହ ଆସବାବପତ୍ର ଆଟାଚ୍‌ କରିଛି। ମନି ଲଣ୍ଡରିଂ ଆକ୍ଟ ୨୦୦୨ ଅଧୀନରେ ଘର ଆଟାଚ୍ ।

ସୂଚନାଥାଉକି, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା ।ଅର୍ଚ୍ଚନା ୨୦୨୨ରେ ଏକ ହନି-ଟ୍ରାପ ମାମଲାରେ ମୁଖ୍ୟ ଅଭିଯୁକ୍ତ ଭାବେ ଅର୍ଚ୍ଚନା ନାଗ ଗିରଫ ହୋଇଥିଲେ। ସେ ଭୁବନେଶ୍ୱରର ଝାରପଡ଼ା ଜେଲରେ ପ୍ରାୟ ୧୪ ମାସ ଥିଲେ।

 

Comments are closed.