Latest Odisha News

BREAKING NEWS

Maoist leader surrender: ମାଓ ସଙ୍ଗଠନକୁ ଶକ୍ତ ଝଟକା, ହାର୍ଡକୋର୍ ମାଓ ନେତ୍ରୀ ସୁଜାତାର ଆତ୍ମସମର୍ପଣ

ହାଇଦ୍ରାବାଦ: ମାଓ ସଙ୍ଗଠନକୁ ପୁଣି ଶକ୍ତ ଝଟକା। ଧିରେ ଧିରେ ଭାଙ୍ଗୁଛି ମାଓଗଡ଼। ପୁଣି ଜଣେ ହାର୍ଡକୋର୍ ମାଓ ନେତ୍ରୀଙ୍କର ଆତ୍ମସମର୍ପଣ। ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓ ନେତ୍ରୀ ସୁଜାତା। ସୂଚନା ଅନୁସାରେ ସୁଜାତା ଉପରେ ଥିଲା ୧ କୋଟି ଟଙ୍କାର ପୁରସ୍କାର ରାଶି। ମାଓ ସଂଗଠନ ସେଣ୍ଟ୍ରାଲ କମିଟି ସଦସ୍ୟ ଥିଲେ ସୁଜାତା।

ତେଲେଙ୍ଗାନା ଡିଜିପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ସୁଜାତା। କେନ୍ଦ୍ରୀୟ କମିଟି ସଦସ୍ୟା ଥିବା ସହ ମାଓବାଦୀଙ୍କ ଦକ୍ଷିଣ ସବ-ଜୋନାଲ ବ୍ୟୁରୋ ସଦସ୍ଯା ମଧ୍ୟ ଥିଲେ ସୁଜାତା। ସୁଜାତାଙ୍କ ନାଁ ରେ ଏକ କୋଟି ଟଙ୍କାର ପୁରସ୍କାର ଥିଲା। ବସ୍ତର ସମେତ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିଲେ।

ଟପ୍ ମାଓ ନେତା କିଶନଜୀଙ୍କ ପତ୍ନୀ ସୁଜାତା। ବସ୍ତର ସମେତ ଓଡ଼ିଶା ସୀମାବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଥିଲେ। ସୁଜାତା ମାଓ ସଂଗଠନରେ ପଦ୍ମା କଳ୍ପନା, ଝାନ୍ସୀବାଇ ଆଦି ଭିନ୍ନ ଭିନ୍ନ ନାଁରେ ପରିଚିତ ଥିଲେ। ସୁଜାତା ମାଓ ସଂଗଠନରେ ପଦ୍ମା କଳ୍ପନା, ଝାନ୍ସୀବାଇ ଆଦି ଭିନ୍ନ ଭିନ୍ନ ନାଁରେ ପରିଚିତ ଥିଲେ।

Comments are closed.