ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନକୁ ନେଇ ଆସିଲା ବଡ଼ ଅପଡେଟ୍ । ନୂଆପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବ ଏସଏସଆର । ଆଗାମୀ ଉପନିର୍ବାଚନ ପାଇଁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ହେବ ବୋଲି ସୂଚନା ଦିଆଯାଇଛି । ଉପନିର୍ବାଚନ ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।
ରବିବାର ସୁଦ୍ଧା ମତଦାନ କେନ୍ଦ୍ରର ପୁନଃବ୍ୟବସ୍ଥାପନ କରାଯିବ । ଯଦି କୌଣସି ଦାବି କିମ୍ବା ଆପତ୍ତି ଥାଏ ତେବେ ସେପ୍ଟେମ୍ବର ୧୫ ରୁ ୨୯ ମଧ୍ୟରେ ଦାଖଲ କରିପାରିବେ । ଅକ୍ଟୋବର ୭ ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ କରାଯିବ ବୋଲି ସୂଚନା ଦିଆଯାଇଛି ।
ଅନ୍ୟପକ୍ଷେ ଅକ୍ଟୋବର ୭ ସୁଦ୍ଧା ଦାବି ଓ ଆପତ୍ତିର ସମାଧାନ କରାଯିବ । ଏହା ସହ ନୂଆପଡା ନିର୍ବାଚନ ମଣ୍ଡଳୀରେ ଚୂଡାନ୍ତ ଭୋଟର ତାଲିକା ଆସନ୍ତା ଅକ୍ଟୋବର ୯ରେ ପ୍ରକାଶ ପାଇବ ବୋଲି ବିଜ୍ଞପ୍ତିରେ କୁହାଯାଇଛି ।
Comments are closed.