Latest Odisha News

BREAKING NEWS

ଓଡିଶା ପ୍ରୋ ଟି୨୦ ଲିଗ: ଆସନ୍ତୁ ନଜର ପକାଇବା ୬ଟି ଟିମର ଖେଳାଳିଙ୍କ ଉପରେ

କଟକ: ଓଡିଶା ପ୍ରୋ ଟି୨୦ ଲିଗ ତାର ଉଦଘାଟନୀ ସଂସ୍କରଣରେ କ୍ରିକେଟପ୍ରେମୀଙ୍କୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ସେପ୍ଟମ୍ବର ୧୭ରୁ ଏହି ଲିଗ ଆରମ୍ଭ ହେବ । ଏହାର ଫାଇନାଲ ମ୍ୟାଚ ୨୬ରେ ଖେଳାଯିବ । ଇତି ମଧ୍ୟରେ ୬ଟି ଟିମର ନାମ ଘୋଷଣା କରାଯାଇ ସାରିଛି । ଟିମଗୁଡିକ ହେଲା- କଟକ ପାନ୍ଥର୍ସ, ସମ୍ବଲପୁର ୱାରିୟର୍ସ, ପୁରୀ ଟାଇଟାନ୍ସ, ଭୁବନେଶ୍ୱର ଟାଇଗର୍ସ, କେନ୍ଦୁଝର ମାଇନର୍ସ, ରାଉରକେଲା ଷ୍ଟିଲର୍ସ । ଫ୍ରାଂଚାଇଜରମାନେ ମାର୍କୁ୍ୟ ଖେଳାଳି- ୧୨୫୦୦୦, କାଟାଗୋରୀ ଏ-୧୦୦୦୦୦, କାଟାଗୋରୀ ବି-୭୫୦୦୦, କାଟାଗୋରୀ ସି-୫୦,୦୦୦ ଓ କାଟାଗୋରୀ ଡିର ଖେଳାଳିଙ୍କୁ ୪୦୦୦୦ ଟଙ୍କାରେ ନେବେ ।

କଟକ ପାନ୍ଥର୍ସ: ସ୍ୱସ୍ତିକ ସାମଲ(ଅଧିନାୟକ), ବିପ୍ଲବ ସାମନ୍ତରାୟ, ଅଭିଷେକ ରାଉତ, ହର୍ଷିତ ରାଠୋର, ଶୁଭମ ଶତ୍ରୁଜିତ, ତାପସ କୁମାର ଦାସ, ପାଙ୍କଳ ଶଶାଙ୍କ, ଦୀନେଶ କୁମାର, ସୋହେଲ ଖାଁ, ପ୍ରଶାନ୍ତ ରଣା, ସ୍ୱୟମ ରାଉତରାୟ, ରାଜ ଯାଦବ, ଅନୁରାଗ ମଲିକ, ଶିବୁନା ନନ୍ଦ, ଭାଗେଶ ଶର୍ମା, ଅଭିଷେକ ଚମ୍ପତି । ମୂଖ୍ୟ କୋଚ-ପ୍ରଭଞ୍ଜନ ମଲ୍ଲିକ, ସହକାରୀ କୋଚ- ବିଭୂଦତ ପଣ୍ଡା ।
ସମ୍ବଲପୁର ୱାରିୟର୍ସ: ଶୁଭ୍ରାଂଶୁ ସେନାପତି(ଅଧିନାୟକ), ପ୍ରୟାଶ କୁମାର ସିଂ, ଶ୍ରେୟାଂଶ ଭରଦ୍ୱାଜ, ତାରିଣୀ ସ, ରାକେଶ ପଟ୍ଟନାୟକ, ପ୍ରବୀଣ ଲୁହା, ଆୟୂଷ ବାରିକ, ବିମଳ କୁମାର, ସୁମିତ ଶର୍ମା, ସ୍ୱୟମ ଶ୍ରୀବାସ୍ତବ, ମାନସ ରଞ୍ଜନ ପାତ୍ର, ହେମନ୍ତ କୁମାର ରାଠୀ, ପ୍ରିୟାଂଶୁ ମହାନ୍ତି, ସାର୍ଥକ ପ୍ରକାଶ, ଆଦିତ୍ୟ ରାଉତ, ରାମ ଚନ୍ଦ୍ର ବୋଷ । ମୂଖ୍ୟ କୋଚ- ଆରଆର ଦାସ, ସହକାର କୋଚ- ସୁଶୀଲ କୁମାର ମିଶ୍ର

ପୁରୀ ଟାଇଟାନ୍ସ: ସନ୍ଦୀପ ପଟ୍ଟନାୟକ(ଅଧିନାୟକ), ରାଜେଶ ମହାନ୍ତି, କାର୍ତିକ ବିଶ୍ୱାଳ, ଆଶୁତୋଷ ଛରୀୟା, ଅନୁରାଗ ଷଡଙ୍ଗୀ, ସାୱନ ପାହାରିୟା, ସୁଶୀଲ କୁମାର ବାରିକ, ଉଦୟ ଜଟ, ସୂର୍ଯ୍ୟ ମହାପାତ୍ର, ଶାନ୍ତନୁ ମିଶ୍ର, ଆଦିତ୍ୟ ଜୟସିଂ, ରୁଦ୍ର ପ୍ରସାଦ ମଲ୍ଲିକ, ପୀୟୂଷ ରଞ୍ଜନ ମନ୍ତ୍ରୀି, ଆୟୂଷ ସୁତାର, ସାଂରାଶ କୁମାର, ମହମ୍ମଦ ଡାନୀଶ, ମୂଖ୍ୟ କୋଚ- ସୌରଭ ସେହଗାଲ, ସହକାରୀ କୋଚ- ଦୀପକ ମଙ୍ଗରାଜ ।
ଭୁବନେଶ୍ୱର ଟାଇଗର୍ସ: ସୂର୍ଯ୍ୟକାନ୍ତ ପ୍ରଧାନ(ଅଧିନାୟକ), ରାଜେଶ ଧୂପର, ଗୌରବ ଚୌଧୁରୀ, ଦେବବ୍ରତ ପ୍ରଧାନ, ବଦଲ ବିଶ୍ୱାଳ, ଆର୍ଯ୍ୟଶ୍ରୀ ଭଟ୍ଟ, ସତ୍ୟକାମ ଭରଦ୍ୱାଜ, ବିଭାଶ ଶ, ସମ୍ବିତ କୁମାର ବେଜ, ଶୁଭମ ପ୍ରିୟଦର୍ଶି, ଅଂଶୁମାନ ବେଜ, ପ୍ରୟାନ ପ୍ରନ୍ତିକ ସାମଲ, ଅଭିନୀତ କେ ପଟ୍ଟନାୟକ, ସ୍ୱାଗତ ମିଶ୍ର, ବିକ୍ରମ ସାମଲ, ମହମ୍ମଦ ଆଝାରୁଦ୍ଧିନ, ମୂଖ୍ୟ କୋଚ- ପ୍ରୀତମଜିତ ଦାସ, ସହକାରୀ କୋଚ- କେଭି ପ୍ରସାଦ ।

କେନ୍ଦୁଝର ମାଇନର୍ସ: ଗୋବିନ୍ଦ ପୋଦ୍ଧାର(ଅଧିନାୟକ), ଅଭିଷେକ ଯାଦବ, ଓମ ଟି ମୁଣ୍ଡେ, ସର୍ବେଶ୍ୱର ମହାନ୍ତି, ଅନୀଲ ପରିଡା, ସୁଜଲ ସିଂ, ସୟେଦ ଟଫେଲ, ଦେବବ୍ରତ ପ୍ରଧାନ, ସୌଭାଗ୍ୟ ଓଝା, ଅଭିଷେକ ସିଂ, ପାଙ୍କଳ ମୋକ୍ଷିତ, ସୀରାଜ ପଟ୍ଟନାୟକ, ବିଶ୍ୱବୈଭବ ମୁଦୁଲି, ବିଶ୍ୱଭୂଷଣ ବିହାରୀ, ସୌମ୍ୟ ରଞ୍ଜନ ଲେଙ୍କା, ପପୁ ରାୟ, ମୂଖ୍ୟ କୋଚ- ସଞ୍ଜୟ ସତପଥୀ, ସହକାରୀ କୋଚ- ଶୋଭନ ଦେବ ।
ରାଉରକେଲା ଷ୍ଟିଲର୍ସ: ଆଶୀର୍ବାଦ ସ୍ୱାଇଁ(ଅଧିନାୟକ), ସମ୍ବିତ ଏସ ବରାଳ, ସାଇଦୀପ ମହାପାତ୍ର, ପ୍ରଦୀପ ପ୍ରଧାନ, ଜାମେଲା ମହାପାତ୍ର, ଆଶୁତୋଷ ମାରାଣ୍ଡି, ବିନାୟକ ସାହୁ, ଶୋଭନଦେବ ବେହେରା, ସମ୍ବିତ କୁମାର ସାହୁ, ମିଲନ ସାମଲ, ସ୍ୱରୂପ ସମିତ ଭୂୟାଁ, ବିଶ୍ୱଜିତ ପ୍ରଧାନ, ପ୍ରିୟ ରଞ୍ଜନ ମୁଦୁଲି, ଆକାଶ ମହାପାତ୍ର, ଅମୀନ ଇକବାଲ ଖାଁ, ଶାସ୍ୱତ ମହାନ୍ତି, ମୂଖ୍ୟ କୋଚ-ସୁବିତ ବିଶ୍ୱାଳ,ସହକାରୀ କୋଚ- ପ୍ରଭାତ କୁମାର ନାୟକ ।

Comments are closed.