Latest Odisha News

BREAKING NEWS

ଅବକାରୀ ବିଭାଗର ସ୍ୱତନ୍ତ୍ର ଅଭିଯାନ; ୧୫ ଦିନରେ ୧.୪୦ କୋଟି ମୂଲ୍ୟର ବେଆଇନ ସାମଗ୍ରୀ ଜବତ; ୧୧୭ ଗିରଫ

ଭୁବନେଶ୍ୱର: ଅବକାରୀ ବିଭାଗର ଏନଫୋର୍ସମେଣ୍ଟ ସ୍ପେସିଆଲ ଡ୍ରାଇଭ ଅଧୀନରେ ୧୫ ଦିନରେ ମଧ୍ୟ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରାଯାଇଛି I ଯେଉଁଥିରେ ୧.୪୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବେଆଇନ ସାମଗ୍ରୀ ଜବତ କରାଯାଇଛି ।

ରାଜ୍ୟବ୍ୟାପୀ ଚାଲିଥିବା ଅଭିଯାନରେ ୨୧୬ଟି ମାମଲା ରୁଜୁ ସହ ବେଆଇନ ମଦ ଏବଂ ନାରକୋଟିକ୍ ବ୍ୟବସାୟ ସହିତ ଜଡିତ ୧୧୭ ଜଣଙ୍କୁ ଗିରଫ କରାଯାଇଛି । ଏଥିରେ ୧୧, ୪୫୧ ଲିଟର ଆଇଡି ମଦ, ୩୬୭ ଲିଟର ଡ୍ୟୁଟି-ପେଡ୍ ମଦ, ୧ ଲକ୍ଷ ୫ ହଜାର ୨୪୦ ଲିଟର ପୋଚ ନଷ୍ଟ କରାଯାଇଛି I ଏଥି ସହ ୧୬୦୦ କିଲୋଗ୍ରାମ ମହୁଲି ଫୁଲ ଓ ଚୋରାଚାଲାଣ ପାଇଁ ବ୍ୟବହୃତ ୨୪ଟି ଯାନ ଜବତ ହୋଇଛି ।

ନାରକୋଟିକ୍ ବିରୋଧୀ ସ୍ୱତନ୍ତ୍ର ଅଭିଯାନରେ ୧୪ଟି ଏନଡିପିଏସ ମାମଲା ରୁଜୁ ସହ ୭୮ କିଲୋଗ୍ରାମ ଗଞ୍ଜେଇ ଓ ୩୮୮ ଗ୍ରାମ ହେରୋଇନ୍ ଜବତ କରାଯାଇଛି । ରାଜ୍ୟରେ ଅବୈଧ ମଦ ତଥା ନାରକୋଟିକ୍ କାରବାରକୁ ରୋକିବା ପାଇଁ ଏହି ବିଶେଷ ଅଭିଯାନକୁ ଆଗାମୀ ଦିନରେ ଆହୁରି ତୀବ୍ର କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି I

Comments are closed.