ଭୁବନେଶ୍ବର: ପ୍ରଥମ ଥର ପାଇଁ ବୁଲାକୁକୁର ଗଣନା ଭୁବନେଶ୍ବରରେ ଆରମ୍ଭ ହେଲା । ଗୁରୁବାର ଠାରୁ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ କୁକୁର ଘଣନା ଆରମ୍ଭ ହୋଇଛି । ଗୁରୁବାର ଭୋର ୫ଟା ରୁ ବିଏମସି ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀମାନେ ବିଭିନ୍ନ ୱାର୍ଡ ଏବଂ ଗଳିକନ୍ଦିରେ ବୁଲତ କୁକୁର ଗଣନା କରିଛନ୍ତି।
ଏକକାଳୀନ ୬୭ଟି ୱାର୍ଡରେ ଗଣନା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି ବିଏମସିର ୪୧୦ କର୍ମଚାରୀ । ତେବେ ସେପ୍ଟେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ବିଏମସିର କୁକୁର ଗଣନା କାର୍ଯ୍ୟ ଜାରି ରହିବ ।
ଦକ୍ଷ ପ୍ରାଣୀ ଚିକିତ୍ସକଙ୍କ ତତ୍ତ୍ୱାବଧାନରେ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ସାନିଟାରୀ ଇନ୍ସପେକ୍ଟର, ଏସ୍ଏମ୍ଟିଏ, ଡିଇଓ, ସିଓ, ଓ୍ୱାର୍ଡ ଅଫିସର ପ୍ରମୁଖ ଗଣନା କାର୍ଯ୍ୟ କରିଛନ୍ତି। ତେବେ ୫ଟାରୁ ସକାଳ ୭ଟା ଯାଏଁ କୁକୁର ଗଣନା ହୋଇଛି ।
Comments are closed.