Latest Odisha News

BREAKING NEWS

୧୭ ମାସରେ ବିଜ୍ଞାପନରେ ଖର୍ଚ୍ଚ ହୋଇଛି ୧୩୫.୮୫ କୋଟି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୧୭ ମାସ ମଧ୍ୟରେ ଓଡ଼ିଶାବାସୀଙ୍କର ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ପାଇଁ ମୋଟ ୧୩୫.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଦିନ ବିଧାନସଭାରେ ସୂଚନା ଦେଇଛନ୍ତି।

ତେବେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଗତ ତିନି ବର୍ଷ ମଧ୍ୟରେ ରାଜ୍ୟ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନାର ପ୍ରଚାର ଏବଂ ପ୍ରସାର ଖର୍ଚ୍ଚ ସହିତ ଇଲେକ୍ଟ୍ରୋନିକ୍ସ ଗଣମାଧ୍ୟମ ସଂସ୍ଥା ବିଷୟରେ ସୂଚନା ମାଗିଥିଲେ। ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ଏହି ସ୍ପଷ୍ଟୀକରଣ ଦେଇଥିବା ରିପୋର୍ଟ ରୁ ଜଣା ପଡ଼ିଛି। ସେ ସ୍ଥାନୀୟ ଏବଂ ଜାତୀୟ ଚ୍ୟାନେଲ ସମେତ ଗଣମାଧ୍ୟମ ସଂସ୍ଥାଗୁଡ଼ିକର ମଧ୍ୟ ତାଲିକା ଦେଇଥିବା ନେଇ ସୂଚନା ମିଳିଛି।

୧ ଏପ୍ରିଲ ୨୦୨୪ରୁ ଆରମ୍ଭ କରି ୧୦ ଅଗଷ୍ଟ ୨୦୨୫ ମଧ୍ୟରେ ପ୍ରିଣ୍ଟ ମିଡିଆରେ ବିଜ୍ଞାପନ ପାଇଁ ପ୍ରାୟ ୧୩୦.୧୮ କୋଟି ଟଙ୍କା ଏବଂ ଇଲେକ୍ଟ୍ରୋନିକ୍ସ ମିଡିଆରେ ପ୍ରାୟ ୫.୬ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ନେଇ ସେ କହିଛନ୍ତି।

 

Comments are closed.