Latest Odisha News

BREAKING NEWS

Gold Price Today: ଆସୁଛି ପାର୍ବଣ; ଏପଟେ ବଢିଲା ସୁନା-ରୂପା ଦର

ଭୁବନେଶ୍ବର: ଚିନ୍ତା ବଢେଇଛି ସୁନା ଏବଂ ରୂପା ଦର । ଆଜି ପୁଣି ଭାରତୀୟ ବଜାରରେ ସୁନା ଏବଂ ରୂପା ଦର ବଢିଲା । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୧୧,୩୩୦ ଟଙ୍କା ରହିଛି । ଏହା ଗତକାଲି ୧୦ ଗ୍ରାମ ପିଛା ୧, ୧୧,୧୭୦ ଟଙ୍କା ଥିଲା ।

ସେହିପରି ୨୨ କ୍ୟାରେଟ୍ ସୁନାର ମୂଲ୍ୟ ମଧ୍ୟ ଲକ୍ଷେ ପାର କରିଛି । ଆଜି ୧୦ ଗ୍ରାମ ପିଛା ୧,୦୨,୦୫୦ ଟଙ୍କା ରହିଛି । ଗତକାଲି ୧୦ ଗ୍ରାମ ପିଛା ୧,୦୧,୯୦୦ ଟଙ୍କା ରହିଥିଲା ।

ସେହିପରି ରୂପା ଦର ଆଜି ୧୦ ଗ୍ରାମକୁ ୧,୪୩୦ ରହିଛି ।

ତେବେ ଆପଣ ସୁନା କିଣିବାବେଳେ ସୁନାର ଶୁଦ୍ଧତା ଯାଞ୍ଚ ପାଇଁ ‘BIS Care app’ରେ ଯାଞ୍ଚ କରନ୍ତୁ । ସୁନାର ଲାଇସେନ୍ସ ନମ୍ବର, ହଲମାର୍କ କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ସିଧାସଳଖ ସରକାରଙ୍କ ନିକଟରେ ଅଭିଯୋଗ କରିପାରିବେ ।

Comments are closed.