ପୁରୀ: ଅକ୍ଟୋବର ୭ରୁ ଆରମ୍ଭ ହେବ ହବିଷ ବ୍ରତ । ମାସେ ଧରି ବ୍ରତ ପାଳନ କରିବେ ହବିଷ୍ୟାଳୀ । ଚଳିତ ବର୍ଷ ପାଇଁ ଆଜିଠୁ ଆରମ୍ଭ ହେଲା ପୁରୀ ହବିଷ୍ୟାଳି ଶିବିର ପାଇଁ ଅନଲାଇନ ପଞ୍ଜୀକରଣ । ଏଥିପାଇଁ ଶ୍ରଦ୍ଧାଳୁଙ୍କୁ edistrict.odisha.gov.in ଲିଙ୍କରେ ପଞ୍ଜିକରଣ କରିବାକୁ ପଡିବ । ସ୍ଲଟ୍ ଥିବା ପର୍ଯ୍ୟନ୍ତ ଅର୍ଥାତ୍ ୨୫୦୦ ହବିଷ୍ୟାଳି ପଞ୍ଜିକରଣ ହେବା ପର୍ଯ୍ୟନ୍ତ ହିଁ ଆକ୍ଟିଭ୍ ରହିବ ଆବେଦନ ଲିଙ୍କ ।
ପ୍ରଥମ ଥର ଆବେଦନ କରୁଥିଲେ ଅଗ୍ରାଧିକାର ଦିଆଯିବ । ଗତ ବର୍ଷ ଭଳି ନିଶୁଳ୍କ ରହଣି ସହ ମହାପ୍ରସାଦ ସେବନ ଓ ସ୍ଵତନ୍ତ୍ର ଜଗନ୍ନାଥ ଦର୍ଶନ ସୁବିଧା ପାଇବେ ହବିଷ୍ୟାଳି । ଆଉ ଗତଥର ଭଳି ଚଳିତବର୍ଷ ମଧ୍ୟ ବୃନ୍ଦାବତୀ ଭବନ ସହ ଆଉ ତିନଟି କୋଠାରେ ରହିବେ ହବିଷ୍ୟାଳୀ ।
Comments are closed.