ଭୁବନେଶ୍ବର: ରାଜ୍ୟରେ ବନ୍ଦ ଥିବା ମଦ ଦୋକାନ ଗୁଡିକୁ ଖୁବଶୀଘ୍ର ପୁଣିଥରେ ଖୋଲିବେ ରାଜ୍ୟ ସରକାର । ଏନେଇ ୭୦ ଗୋଟି ମଦ ଦୋକାନ ଏବେ ଖୋଲିବା ସହ ୪ଟି ନୂଆ ଠିପିଖୋଲା ମଦ ଦୋକାନ ଓ ୩ଟି ମଦ କାରଖାନା ଖୋଲିବା ପାଇଁ ଅବକାରୀ ବିଭାଗ ତରଫରୁ ଅନୁମତି ଦିଆଯାଇ ଥିବା ଆଜି ବିଧାନସଭାରେ ବିଧାୟକ ଅଖିଳ ଚନ୍ଦ୍ର ନାୟକଙ୍କ ପ୍ରଶ୍ନରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଉତ୍ତର ରଖିଛନ୍ତି ।
ସୂଚନା ଅନୁସାରେ, ବାଲେଶ୍ୱରରେ ସବୁଠୁ ଅଧିକ ୧୭ଟି ବନ୍ଦ ଥିବା ମଦ ଦୋକାନ ଖୋଲାଯିବାକୁ ଥିବାବେଳେ, ଗଞ୍ଜାମରେ ୧୦ଟି, ନୟାଗଡରେ ୯ଟି, ମୟୂରଭଞ୍ଜରେ ୮ଟି, କଟକରେ ୭ଟି, ରାଉଲକେଲାରେ ୫ଟି, କେଉଁଝରରେ ୩ଟି, ବ୍ରହ୍ମପୁରରେ ୪ଟି, ବଲାଙ୍ଗୀରରେ ୨ଟି, କନ୍ଧମାଳରେ ୩ଟି ଏବଂ ମାଲକାନଗିରି, ସମ୍ବଲପୁରରେ ୧ଟି ବନ୍ଦ ଥିବା ମଦ ଦୋକାନ ଖୋଲିବେ ସରକାର ।
ସେହିପରି ପୁରୀ ରେ ୩ଟି ଓ ଭୁବନେଶ୍ୱରରେ ୧ଟି ନୂଆ ଠିପି ଖୋଲା ମଦ ଦୋକାନ ଖୋଲାଯିବା ନେଇ ବିଭାଗ ପାଖରେ ପ୍ରସ୍ତାବ ରହିଛି । ଢେଙ୍କାନାଳରେ ୨ଟି ଏବଂ କଟକରେ ଗୋଟିଏ ମଦ କାରଖାନା ଖୋଲିବା ପାଇଁ ସରକାରଙ୍କ ପାଖରେ ପ୍ରସ୍ତାବ ରହିଥିବା ସୂଚନା ରହିଛି ।
Comments are closed.