Latest Odisha News

BREAKING NEWS

ମାଆ ହେବେ କ୍ୟାଟ୍ରିନା, ଖୁସିରେ ଭିକ୍କିଙ୍କ ପାଦ ତଳେ ଲାଗୁନି

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ ମାଆ ହେବାକୁ ଯାଉଛନ୍ତି । ଭିକ୍କି କୌଶଲ ଏବଂ କ୍ୟାଟ୍ରିନା ୨୦୨୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଏବେ ଉଭୟ ପିତା ମାତା ହେବାକୁ ଯାଉଥିବାରୁ ସେମାନଙ୍କ ପାଦ ଆଉ ତଳେ ଲାଗୁନି । ଉଭୟ ଖୁସୀରେ ଆତ୍ମହରା । କ୍ୟାଟ୍ରିନା-ଭିକ୍କି ସୋସିଆଲ ମିଡିଆ ମାଧ୍ୟମରେ ଏହି ଖୁସୀ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି । ଭିକ୍କି ତାଙ୍କ ପତ୍ନୀଙ୍କ ବେବି ବମ୍ପକୁ ଧରି ଫଟୋ ଶେୟାର କରିଛନ୍ତି । ଜାହ୍ନବୀ କାପୁର, ଜୋୟା ଅଖତର, ଭୂମି ପେଡେନକର, ଆୟୂଷ୍ମାନ ଖୁରାନା, ସିଦ୍ଧାର୍ଥ ଚର୍ତୁବେଦୀଙ୍କ ସମେତ ଅନ୍ୟ ସାଥୀ କଳାକାର ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡର ଏହି ଲୋକପ୍ରିୟ ଯୋଡିଙ୍କ କେମେଷ୍ଟ୍ରିଙ୍କୁ ଦର୍ଶକମାନେ ବେଶ ପସନ୍ଦ କରିଥାନ୍ତି । ଭିକ୍କି ଛାବା ଫିଲ୍ମ ମାଧ୍ୟମରେ ଦର୍ଶକଙ୍କ ପ୍ରିୟ ହୋଇ ଯାଇଥିଲେ । ଅପରପକ୍ଷରେ କ୍ୟାଟ୍ରିନା ଟାଇଗର ୩ ପରି ଫିଲ୍ମ କରି ଏବେ ବି ବଲିଉଡର ଷ୍ଟାର ଅଭିନେତ୍ରୀଙ୍କ ମଧ୍ୟରେ ନିଜ ସ୍ଥାନ ବଜାୟ ରଖିଛନ୍ତି । ସୋସିଆଲ ମିଡିଆରେ ଏବେ ଏହି ଖବରକୁ ନେଇ ମୀମ୍ମ ଓ ଭାବୁକ ପୋଷ୍ଟର ସୁଅ ଛୁଟିବାରେ ଲାଗିଛି ।

Comments are closed.