ଭୁବନେଶ୍ୱର: ଓଡ଼ିଆରେ ନାମଫଳକ ନ ଲେଖିଥିଲେ ସାବଧାନ୍ । ଆପଣଙ୍କ ନାଁରେ ରୁଜୁ ହୋଇପାରେ ମାମଲା । ଓଡ଼ିଆରେ ନାମ ଫଳକ ନଲେଖିଲେ ହେବ ମୋକଦ୍ଦମା। ଖିଲାପକାରୀ ୧୦୦ ବ୍ୟବସାୟ ପ୍ରତିଷ୍ଠାନ ମାଲିକଙ୍କ ନାଁରେ ହେବ ମୋକଦ୍ଦମା। ୧୬୦୬ ପ୍ରତିଷ୍ଠାନକୁ ଓଡ଼ିଆରେ ନାମଫଳକ ଲେଖା ନ ଥିବାରୁ ନୋଟିସ୍ ହୋଇଛି। ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୮ ମୋକଦ୍ଦମା ରୁଜୁ କରାଯାଇଛି।
ଓଡିଆରେ ନାମ ଫଳକ ଲେଖା ନେଇ ରାଜ୍ୟ ସରକାରଙ୍କ ଅନବରତ ଚେଷ୍ଟା ଜାରି ରହିଛି। ଏହାରି ଭିତରେ ଝାରସୁଗୁଡ଼ା ୨୩୭, ଖୋର୍ଦ୍ଧାରେ ୨o୧ ବ୍ୟବସାୟ ପ୍ରତିଷ୍ଠାନକୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ଶ୍ରମ ମନ୍ତ୍ରୀ। ମନ୍ତ୍ରୀଙ୍କ ସୂଚନା ମୁତାବକ, ରାଜ୍ୟରେ ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ମୋଟ ୨୮୫୨ ଗୋଟି ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ପ୍ରଦର୍ଶନ ନିମନ୍ତେ ନିରୀକ୍ଷଣ କରାଯାଇଛି । ଏହା ମଧ୍ୟରୁ ୧୬୦୬ ଗୋଟି ପ୍ରତିଷ୍ଠାନରେ ଓଡିଆ ଭାଷାରେ ନାମଫଳକ ନଥିବା କାରଣରୁ ପ୍ରତିଷ୍ଠାନର ମାଲିକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । 

ଓଡ଼ିଆରେ ନାମ ଫଳକ ଲେଖିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି ରାଜ୍ୟ ସରକାର। ସେହିପରି ବ୍ରହ୍ମପୁର ମହାନଗର ନିଗମ ମଧ୍ୟ ଏ ନେଇ ୫୫ ଦିନିଆ ନୋଟିସ୍ ଜାରି କରିବା ସହ ସମୟ ସୀମା ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ ଡେଡ୍ଲାଇନ ବି ଦେଇଛି । ଆଉ ନିୟମ ନମାନିଲେ ତଣ୍ଡ ଗଣିବେ ବ୍ୟାବସାୟିକ ପ୍ରତିଷ୍ଠାନ। ବ୍ରହ୍ମପୁର ସହରର ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଏଣିକି ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ। ସାଇନ୍ ବୋର୍ଡରେ ଅତିକମ୍ରେ ୬୦ ପ୍ରତିଶତ ଲେଖା ଓଡ଼ିଆରେ ରହିବା ଆବଶ୍ୟକ। ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ବ୍ରହ୍ମପୁର ମହାନଗର ନିଗମ । ଆଉ ନିୟମ ନମାନିଲେ ଦେବାକୁ ପଡ଼ିବ ୪୦୦ ଟଙ୍କା ଜରିମାନା ।
Comments are closed.