Latest Odisha News

BREAKING NEWS

ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ସୁପରଷ୍ଟାର ବୁଦ୍ଧାଦିତ୍ୟ

କଟକ: ଦୀର୍ଘ ୮ ଦିନ ପରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି। କଟକର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚାଲୁଥିଲା ଚିକିତ୍ସା। ୮ ଦିନ ପରେ ସୁସ୍ଥ ହେଇ ଆଜି ଘରକୁ ଫେରିଲେ ବୁଦ୍ଧାଦିତ୍ୟ। ବହୁତ କମ କଥା ହେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ବୁଦ୍ଧାଦିତ୍ୟଙ୍କର ରିପୋର୍ଟରେ ଫୁସଫୁସ ଓ ଛାତିରେ ମାଇଲଡ ଇନଫେକ୍ସନ ହେଇଛି। ଘରେ ରହି ନିୟମିତ ମେଡ଼ିସିନ ଓ ରେଷ୍ଟ ନେଲେ ସମ୍ପୂର୍ଣ ଭାବରେ ଠିକ ହେଇଯିବେ ବୋଲି କହିଛନ୍ତି ବୁଦ୍ଧାଦିତ୍ୟଙ୍କୁ ଚିକିତ୍ସା କରୁଥିବା ଡାକ୍ତର।

ସୂଚନା ଥାଉକି, ୮ ଦିନ ତଳେ ଘରେ ଥିବା ସମୟରେ ଯନ୍ତ୍ରଣା ଅନୁଭବ କରିଥିଲେ ବୁଦ୍ଧାଦିତ୍ୟ। ତୁରନ୍ତ ପରିବାର ଲୋକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଫୁସଫୁସ୍ ସଂକ୍ରମଣ ଜନିତ ରୋଗରେ ପିଡ଼ିତ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ପଲ୍ୟୁମନାରୀ ମେଡ଼ିସିନ୍ ବିଭାଗର ଡାକ୍ତର ଚିକିତ୍ସା କରି ଆରୋଗ୍ୟ କରିଥିଲେ। ଆଉ ଆଜି ଘରକୁ ଫେରୁଛନ୍ତି ବୁଦ୍ଧାଦିତ୍ୟ।

ଶେଷରେ ମେଡିଆ ଆଉ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ବୁଦ୍ଧାଦିତ୍ୟ। ଏଥିସହିତ କଟକର ଯେଉଁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ପଲ୍ୟୁମନାରୀ ମେଡ଼ିସିନ୍ ବିଭାଗର ଡାକ୍ତର ଓ ନର୍ସ ମାନଙ୍କୁ ଧନ୍ୟବାଦ ଦେଇଛନ୍ତି ।

Comments are closed.