Latest Odisha News

BREAKING NEWS

ଓଡିଶା ପ୍ରୋ ଟି୨୦ ଲିଗ: ବିପ୍ଲବଙ୍କ ଅଲରାଉଣ୍ଡ ପ୍ରଦର୍ଶନ, କେନ୍ଦୁଝରକୁ ହରାଇଲା କଟକ

କଟକ: ଓଡିଶା ପ୍ରୋ ଟି୨୦ ଲିଗରେ ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମୁକାବିଲାରେ କଟକ ପାନ୍ଥର୍ସ ୫ ୱିକେଟରେ କେନ୍ଦୁଝର ମାଇନର୍ସକୁ ପରାସ୍ତ କରିଛି । କଟକ ବିଜୟରେ ବିପ୍ଲବ ସାମନ୍ତରାୟ ଗୁରତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ପ୍ରଥମେ ବ୍ୟାଟିଂ କରି କେନ୍ଦୁଝର ୨୦ ଓଭରରେ ୧୨୭ ରନ କରି ଅଲଆଉଟ ହୋଇ ଯାଇଥିଲା । ଅନୀଲ ପରିଡା ୩୬ ରନ କରିଥିଲେ । ବିପ୍ଲବ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୧୮ ରନରେ ୫ଟି ୱିକେଟ ଅକ୍ତିଆର କରିଥିଲେ । ପ୍ରଶାନ୍ତ ରଣା ୨ଟି ୱିକେଟ ହାସଲ କରିଥିଲେ ।

ଜବାବରେ ୧୨୮ ରନର ଲକ୍ଷ୍ୟକୁ କଟକ ୧୮.୩ ଓଭରରେ ୫ ୱିକେଟ ହରାଇ ହାସଲ କରି ନେଇଥିଲା । ସୌରଭ କେ ଗୌଡା ୫୬ ଓ ବିପ୍ଲବ ୪୩ ରନର ଇନିଂସ ଖେଳିଥିଲେ । ବିପକ୍ଷ ଦଳର ପପୁ ରାୟ ୩ଟି ଓ ସୌମ୍ୟ ଲେଙ୍କା ଗୋଟିଏ ୱିକେଟ ନେଇଥିଲେ । ପ୍ରଭାବୀ ପ୍ରଦର୍ଶନ ପାଇଁ ବିପ୍ଲବ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ ।  କଟକ ପାନ୍ଥର୍ସ ଓପିଟିଏଲରେ ନିଜର ତୃତୀୟ ବାଜୟ ହାସଲ କରିଛି ।

Comments are closed.