National Award: ରାଷ୍ଟ୍ରପତିଙ୍କଠୁ ଜାତୀୟ ପୁରସ୍କାର ଗ୍ରହଣ କଲେ ଚିତ୍ରଶିଳ୍ପୀ ମାନସ ଦାସ; ଓଡ଼ିଶାରୁ ଏକମାତ୍ର ଶିଳ୍ପୀ ଭାବେ…
ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କ ଠାରୁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ଚିତ୍ରଶିଳ୍ପୀ ମାନସ ଦାସ । ଫାଇନ ଆର୍ଟ ବା ଚିତ୍ରକଳା ଶୀର୍ଷକ ‘ଏ କଲ ଫର ପ୍ରୋଗ୍ରେସ’ ପାଇଁ ମାନସ ଗ୍ରହଣ ଗ୍ରହଣ କରିଛନ୍ତି ଜାତୀୟ ପୁରସ୍କାର । ରାଷ୍ଟ୍ରପତିଙ୍କଠୁ ମାନପତ୍ର ସହ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଗ୍ରହଣ କରିଛନ୍ତି ମାନସ । ଚଳିତବର୍ଷ ଏହି ପୁରସ୍କାର ପାଇବାକୁ ମନୋନୀତ ତାଲିକାରେ ମାନସ ଓଡ଼ିଶାରୁ ଏକମାତ୍ର ଶିଳ୍ପୀ ।

ରାଷ୍ଟ୍ରୀୟ ଲଳିତ ଏକାଡେମୀ ପକ୍ଷରୁ ଆୟୋଜିତ ୬୪ ତମ ଜାତୀୟ ଚିତ୍ରକଳା ପ୍ରଦର୍ଶନୀର ପୁରସ୍କାର ବିତାରଣୀ ଉତ୍ସବରେ ଓଡ଼ିଶାର ମାନସ ଦାସ ହୋଇଛନ୍ତି ପୁରସ୍କୃତ । ଲଳିତ କଳା ଏକାଡେ଼ମୀ ଦ୍ୱାରା ନିମନ୍ତ୍ରଣ ପାଇ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ହାତରୁ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି ଏହି ମୁକ ଓ ବଧିର ଚିତ୍ରଶିଳ୍ପୀ । ଫାଇନ ଆର୍ଟ ବା ଚିତ୍ରକଳା ଶୀର୍ଷକ “ଏ କଲ ଫର ପ୍ରୋଗ୍ରେସ” ପାଇଁ ମାନସ ଜାତୀୟ ପୁରସ୍କାର ଗ୍ରହଣ କରିଛନ୍ତି । ରାଷ୍ଟ୍ରପତିଙ୍କ ଠାରୁ ମାନପତ୍ର ସହ ୨ ଲକ୍ଷ ଟଙ୍କାର ଅର୍ଥ ରାଶି ଗ୍ରହଣ କରିଛନ୍ତି ମାନସ । ଚଳିତ ବର୍ଷ ଏହି ପୁରସ୍କାର ପାଇବାକୁ ମନୋନୀତ ତାଲିକାରେ ସେ ଓଡ଼ିଶାରୁ ଏକମାତ୍ର ଶିଳ୍ପୀ । ମାନସ ରାଷ୍ଟ୍ରପତିଙ୍କ ଠାରୁ ପୁରସ୍କାର ଗ୍ରହଣ କରିବା ସମୟରେ ବଡ଼ ଭାଇ ଉପସ୍ଥିତ ଥିଲେ ।
ସମସାମୟିକ ବିଷୟ ବା କଣ୍ଟେମ୍ପୋରାରି ସବଜେକ୍ଟକୁ ଆଧାର କରି ମାନସ ଚିତ୍ର କରନ୍ତି । ପ୍ରଦୂଷଣ, ମହାତ୍ମା ଗାନ୍ଧୀଙ୍କ ଦର୍ଶନ, କରୋନା ସମୟର ବିଭିନ୍ନ ବିଷୟକୁ ନେଇ ମାନସ ଚିତ୍ରରେ ପ୍ରସ୍ଫୁଟିତ କରିଛନ୍ତି । ଆର୍ଡ ୱାର୍କକୁ ମିଶାଇ ୫ ଶହରୁ ଅଧିକ ଚିତ୍ର ଆଙ୍କି ସାରିଛନ୍ତି ମାନସ । ମାନସ ସିନା କହି ଓ ଶୁଣିପାରନ୍ତି ନାହିଁ, ତଥାପି ସେ ନିଜ ଚିତ୍ରକୁ ମାଧ୍ୟମ କରି ଦର୍ଶକଙ୍କ ମନ ପଢ଼ିପାରୁଛନ୍ତି । ମାନସ ୧୫ରୁ ଉର୍ଦ୍ଧ୍ବ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପୁରସ୍କାର ଗ୍ରହଣ କରିଛନ୍ତି । ନିଜର ଏହି ପ୍ରତିଭା ପାଇଁ ମାନସ ଭୁବନେଶ୍ବର, ଦିଲ୍ଲୀ, କଲିକତା, ପଞ୍ଜାବ, ତେଲେଙ୍ଗାନା, ପୁନେ, ବାରିପଦା, ଉତ୍ତରପ୍ରଦେଶ ଆଦି ସ୍ଥାନରେ ହୋଇଥିବା ଜାତୀୟସ୍ତରର ପ୍ରଦର୍ଶନୀରେ ମଧ୍ଯ ସେ ଅଂଶଗ୍ରହଣ କରିଛନ୍ତି । ବହୁ ଦେଶ ମଧ୍ୟ ସେ ଭ୍ରମଣ କରିଛନ୍ତି । ଆର୍ଟ ୱାର୍କସପ, ଆର୍ଟ ପ୍ରଦର୍ଶନୀ ପାଇଁ ଦେଶ ବାହାରକୁ ମାନସ ଯାଇଛନ୍ତି ।
ବଡ଼ ବଡ଼ ପ୍ରକଳ୍ପ ପାଇଁ ମାସ ମାସ ଧରି ବିଦେଶରେ ସେ ରହିଛନ୍ତି । ଶ୍ରୀଲଙ୍କା, ଦୁବାଇ, ସାଉଦି ଆରବରେ ସେ କାର୍ଯ୍ୟ କରିଛନ୍ତି । କେନ୍ଦୁଝରର ବାପା ଚିନ୍ତାମଣି ଦାସ ଓ ମା ମାଳତୀ ଦାସଙ୍କ ସୁଯୋଗ୍ୟ ସନ୍ତାନ ମାନସ ଜନ୍ମରୁ କଥନ ଓ ଶ୍ରବଣ ବାଧିତ । ୧୯୮୮ ମସିହା ଏପ୍ରିଲ ୧ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଇଲୋ ପଞ୍ଚାୟତ ହାତିବନ୍ଧା ଗାଁ’ରେ ମାନସଙ୍କ ଜନ୍ମ । ବାଲେଶ୍ବର ଜିଲ୍ଲାର ଚାରୁ ଓ କାରୁକଳା ମହାବିଦ୍ୟାଳୟରେ ପେଣ୍ଟିଂ ବିଭାଗରେ ଡିଗ୍ରୀ ହାସଲ କରିଛନ୍ତି । ୨୦୧୫ରେ ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟରୁ ମାଷ୍ଟର ଫାଇନ ଆର୍ଟସରେ ଡିଗ୍ରୀ ଓ ୨୦୧୬ରେ ଏମ ଫିଲ ମଧ୍ୟ ସମାପ୍ତ କରିଛନ୍ତି ମାନସ ।
Comments are closed.