ଗଞ୍ଜାମ:ପାଟପୁର ଥାନା ଅନ୍ତର୍ଗତ ଦିଗପହଣ୍ଡି-ଆସ୍କା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦିଗପହଣ୍ଡି – ଆସ୍କା ୩୨୬ ନଂ.ଜାତୀୟ ରାଜପଥର ମହାନଳା ଗ୍ରାମ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ନିକଟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୁଧବାର ରାତି ପ୍ରାୟ ୮ ଟାରେ ଏକ ହାଇୱା ଟ୍ରକ (ନଂ.ଓଡି ୦୫ ଏଫ୍- ୯୦୦୧) ଧକ୍କା ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି।
ମୃତକ ମାନେ ହେଲେ ଦିଗପହଣ୍ଡି ଅଞ୍ଚଳ କଲୋନୀର ଅଶ୍ଵିନୀ କୁମାର ଦୋରା(୨୮),ବାଳକୃଷ୍ଣ ରେଡ୍ଡୀ(୪୨) ଏବଂ ପନ୍ଦରା ସାହି ର କାଳିଆ ବେହେରା(୩୨)।
ସୂଚନାନୁସାରେ, ବାଇକ ଯୋଗେ ୩ ବାଇକ୍ ଆରୋହୀ ପାଟପୁରରୁ ଦିଗପହଣ୍ଡି ଅଭିମୁଖେ ଯାଉଥିଲେ। ଏହି ସମୟରେ ସେମାନଙ୍କୁ ହାଇଓ୍ବା ଧକ୍କା ଦେଇଥିଲା ଓ ଗୁରୁତର ଆହତ ହୋଇ ସେମାନେ ରାସ୍ତା ଉପରେ ପଡ଼ି ରହିଥିଲେ। ଖବରପାଇ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ୩ ଜଣଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ସମସ୍ତ ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟପଟେ ହାଇୱା ଟ୍ରକକୁ ଚାଳକ ଘଟଣାସ୍ଥଳରୁ କିଛି ଦୂରରେ ରାସ୍ତାକଡର ଏକ ଜମିରେ ରଖି ଫେରାର ହୋଇଯାଇଛି ।
Comments are closed.