ଶ୍ରୀନଗର: ଆଜି ଜମ୍ମୁର ଆରଏସ ପୁରା ସେକ୍ଟରରେ ଅନ୍ତର୍ଜାତୀୟ ସୀମାରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଛି। ସୀମା ପାରରୁ ଭାରତକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ବ୍ୟକ୍ତିଙ୍କ ଗତିବିଧିକୁ ସତର୍କ ବିଏସଏଫ ଯବାନମାନେ ଦେଖିଥିଲେ ଓ ସେ ଭାରତୀୟ ଅଞ୍ଚଳରେ ପ୍ରବେଶ କରିବା ପରେ ତୁରନ୍ତ ତାଙ୍କୁ କାବୁ କରିଥିଲେ।
ଗିରଫ ହୋଇଥିବା ବ୍ୟକ୍ତିଙ୍କଠାରୁ କୌଣସି ଅପରାଧିକ ସାମଗ୍ରୀ ମିଳିନାହିଁ। ଗିରଫ ବ୍ୟକ୍ତିଙ୍କୁ ବିଭିନ୍ନ ସୁରକ୍ଷା ଏଜେନ୍ସିର ମିଳିତ ଦଳ ପଚରାଉଚରା କରୁଥିବା ଅଧିକାରୀମାନେ କହିଛନ୍ତି।
ଚଳିତ ମାସରେ ସୀମା ସୁରକ୍ଷା ବଳ (BSF) ଦ୍ୱାରା ଏହି ଅଞ୍ଚଳରୁ ଗିରଫ ହୋଇଥିବା ଦ୍ୱିତୀୟ ପାକିସ୍ତାନୀ ନାଗରିକ ଅଟନ୍ତି । ଚଳିତ ମାସ ୮ତାରିଖରେ, ଆରଏସ ପୁରା ସେକ୍ଟରର ଅକ୍ଟ୍ରୋଇ ଅଞ୍ଚଳରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଥିଲା।
Comments are closed.