Latest Odisha News

BREAKING NEWS

ଲଗାଣ ବର୍ଷାକୁ ନେଇ ସତର୍କ ରହିବାକୁ ଏସ୍‌ଆରସିଙ୍କ ପରାମର୍ଶ

ଭୁବନେଶ୍ୱର: ସମ୍ଭାବ୍ୟ ଅବପାତଜନିତ ବର୍ଷା ନେଇ ସତର୍କ କରାଇଲେ SRC। VCରେ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ କଥା ହେଲେ SRC। ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର, ନୂଆପଡ଼ା ଜିଲ୍ଲାରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ନେଇ ଆଲୋଚନା କଲେ।

ଲଘୁଚାପ ଜନିତ ଲଗାଣ ବର୍ଷାକୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର । ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ୧୮ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ । ଏହା ପରେ ହେଡକ୍ବାର୍ଟର ଛାଡ଼ି ନଯିବାକୁ ପରାମର୍ଶ ଦେଇଛନ୍ତି ଏସଆରସି । ଯେକୌଣସି ପରିସ୍ଥିତି ଆସିଲେ, ତାର କିପରି ମୁକାବିଲା କରାଯିବ ତା’ ଉପରେ ଗୁରୁତ୍ବ ଦେଇଛନ୍ତି ଏସଆରସି । ଆବଶ୍ୟକ ହେଲେ ଓଡ୍ରାଫ ଏବଂ ଅଗ୍ନିଶମ ବାହିନୀ ମୁତୟନ କରାଯିବ । ଲଘୁଚାପଟି ଅବପାତରେ ପରିଣତ ହେଲେ ଦକ୍ଷିଣ ଓଡ଼ିଶାରେ ଏହାର ପ୍ରଭାବ ଅଧିକ ପଡ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲାପାଳ, ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିନା ଅନୁମତିରେ ଯେପରି ଜିଲ୍ଲାର କୌଣସି ଅଧିକାରୀ ହେଡକ୍ବାର୍ଟର ଛାଡ଼ିପାରିବେନି ସେନେଇ ସୂଚନା ଦେଇଛନ୍ତି । ଗଞ୍ଜାମ ଜିଲ୍ଲାରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ଜିଲ୍ଲାରେ ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ କରି ରଖାଯାଇଛି ।

 

Comments are closed.