Latest Odisha News

BREAKING NEWS

ଟି-୨୦ରେ ସର୍ବାଧିକ ଓ ଅଧିନାୟକ ଭାବେ ୧୦୦୦ ରନ ପୂର୍ଣ୍ଣ କଲେ କୋହଲୀ !

ମୁମ୍ବାଇ: ଅଧିନାୟକ ଭାବେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲୀ ଟି୨୦ରେ ୧୦୦୦ ରନ ପୂର୍ଣ୍ଣ କରିବା ଗୌରବ ଅର୍ଜନ କରିଛନ୍ତି । ଏହି ତାଲିକାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଭାରତୀୟ ଖେଳାଳି ଭାବେ କୋହଲିଙ୍କଠାରୁ ଆଗରେ ରହିଛନ୍ତି । କୋହଲି ୩୨ ମ୍ୟାଚରେ ୧୦୦୬ ରନ କରିଥିବା ବେଳେ ଧୋନୀ ୭୨ ମ୍ୟାଚରେ ୧୧୧୨ ରନ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକାର ଫାଫ୍ ଡୁ ପ୍ଲେସି ୪୦ ମ୍ୟାଚରେ ୧୨୭୩ ରନ ସଂଗ୍ରହ କରି ଶୀର୍ଷରେ ରହିଛନ୍ତି । ସେହିପରି ଟି୨୦ରେ କୋହଲି ସର୍ବାଧିକ ରନ ସଂଗ୍ରହ କରିବା ରେକର୍ଡ କରିଛନ୍ତି । ସେ ୭୭ ମ୍ୟାଚରେ ୨୬୬୩ ରନ କରିଥିବା ବେଳେ ରୋହିତ ଶର୍ମା ୧୦୪ ମ୍ୟାଚରେ ୨୬୩୩ ରନ ସଂଗ୍ରହ କରିଛନ୍ତି ।

ଅଧିନାୟକ ଭାବେ ୧୦୦୦ ରନ ପୂର୍ଣ୍ଣ କରିଥିବା ଖେଳାଳୀ:

ଖେଳାଳୀ           ଦେଶ      ମ୍ୟାଚ      ରନ
ଫାଫ୍ ଡୁ ପ୍ଲେସି       ଦକ୍ଷିଣଆଫ୍ରିକା ୪୦ ୧୨୭୩
ମହେନ୍ଦ୍ର ସିଂ ଧୋନୀ   ଭାରତ ୭୨ ୧୧୧୨
କେନ ୱିଲିୟମ୍ସ        ନ୍ୟୁଜିଲାଣ୍ଡ ୩୯ ୧୦୮୩
ଇଅନ ମୋର୍ଗାନ       ଇଂଲଣ୍ଡ ୪୩ ୧୦୧୩
ବିରାଟ କୋହଲି       ଭାରତ ୩୨ ୧୦୦୬
ୱିଲିୟମ ପୋର୍ଟରଫିଲ୍ଡ  ଆୟର୍ଲାଣ୍ଡ ୫୬ ୧୦୦୨

ଟି୨୦ରେ ସର୍ବାଧିକ ରନ କରିଥିବା ଖେଳାଳୀ:

ବ୍ୟାଟ୍ସମ୍ୟାନ          ଦେଶ     ମ୍ୟାଚ       ରନ
ବିରାଟ କୋହଲି      ଭାରତ    ୭୭       ୨୬୬୩
ରୋହିତ ଶର୍ମା        ଭାରତ    ୧୦୪     ୨୬୩୩
ମାର୍ଟିନ ଗୁପଟିଲ      ନ୍ୟୁଜିଲାଣ୍ଡ  ୮୩      ୨୪୬୩
ଶୋଏବ ମଲିକ       ପାକିସ୍ତାନ  ୧୧୧    ୨୨୬୩
ବ୍ରେଣ୍ଡନ ମ୍ୟାକକୁଲାମ  ନ୍ୟୁଜିଲାଣ୍ଡ  ୭୧     ୨୨୬୩

Comments are closed.