Latest Odisha News

BREAKING NEWS

‘ଜେଏନୟୁ’ ଆକ୍ରମଣ ଘଟଣା: ଭାଇରାଲ ହେଲା ଦୀପିକାଙ୍କ ବିକ୍ଷୋଭ ପ୍ରଦର୍ଶନର ଫଟୋ, ବିଜେପିର କଡା ସମାଲୋଚନା

ନୂଆଦିଲ୍ଲୀ:ଜବାହରଲାଲ ନେହୁରୁ ୟୁନିଭରସିଟି (ଜେଏନୟୁ) ପରିସର ମଧ୍ୟରେ ହୋଇଥିବା ଆକ୍ରମଣ ଘଟଣାକୁ ବିରୋଧ କରି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ରାଜରାସ୍ତାକୁ ଓଲ୍ହାଇଛନ୍ତି।

ଛାତ୍ରଛାତ୍ରୀଙ୍କ ପ୍ରତି ସମବେଦନା ଜଣାଇ ଦୀପିକା ସେମାନଙ୍କ ସହ ଧାରଣାରେ ଛିଡା ହୋଇଥିବା ଫୋଟୋ ଏବେ ସୋସିଆଲ ମିଡିଆରର ଭାଇରାଲ ହେବାରେ ଲାଗିଛି ।

ଅନ୍ୟପଟେ ବିଜେପି ଏହାକୁ କଡା ସମାଲୋଚନା କରିବା ସହ ଦୀପିକାଙ୍କ ଆଗାମୀ ସିନେମା ଛପକକୁ ବୟକଟ୍ କରୁବାକୁ ଆହ୍ୱାନ ଦେଇଛି ।

ଦୀପିକା ମଙ୍ଗଳବାର ସନ୍ଧ୍ୟା ପାଖାପାଖି ୭ ଟା ୪୫ରେ ‘ଜେଏନୟୁ’ରେ ପହଞ୍ଚିଥିଲେ ପ୍ରାୟ ୧୦ ମିନିଟ ସେଠାରେ ରହିବା ପରେ କାହାକୁ କିଛି ନକହି ସେଠାରୁ ଚାଲି ଆସିଥିଲେ।

ତେବେ ଧାରଣାରେ ଏକତ୍ରିତ ହୋଇଥିବା ଛାତ୍ରଛାତ୍ରୀ ତଥା ଅନ୍ୟମାନଙ୍କୁ କିଛି ନକହି ଦୀପିକା ସେଠାରୁ ଫେରି ଆସିଥିବାରୁ ଜେଏନୟୁର ଛାତ୍ର ସଂଘର ସଭାପତି ଏହାକୁ ଆକ୍ଷେପ କରି କହିଛନ୍ତି ଯେ, “ଯେତେବେଳେ ଆପଣ ଏକ ପଦପଦବୀରେ ଅଛନ୍ତି ନିଶ୍ଚିତ ରୂପେ ଆପଣଙ୍କୁ କିଛି କହିବା ଆବଶ୍ୟକ” ।

ତେବେ ଜେଏନୟୁ ଛାତ୍ରଛାତ୍ରୀଙ୍କ ଉପରେ ରବିବାର ଦିନ ହୋଇଥିବା ଆକ୍ରମଣକୁ ବଲିଉଡର ଅନେକ ଷ୍ଟାର ସୋସିଆଲ ମିଡିଆରେ ବିରୋଧ କରୁଥିବା ବେଳେ ଦୀପିକା ଖୋଲାଖୋଲି ଭାବେ ଧାରଣା ସ୍ଥଳକୁ ଆସି ଏହାକୁ ପ୍ରତିବାଦ କରିଛନ୍ତି ।

Leave A Reply

Your email address will not be published.