ପୁରୀ: ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୫ରେ ଶେଷ ହେବ କାର୍ତ୍ତିକ ବ୍ରତ । ଏହି ସମୟରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପୁରୀରେ ଲାଗିବ ହବିଷ୍ୟାଳୀଙ୍କ ପ୍ରବଳ ଭିଡ । ଏହି ପ୍ରରିପେକ୍ଷୀରେ ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ପ୍ରଶାସନ ପାଖରେ ୨୬୪୪ଟି ଆବେଦନ ପଞ୍ଜିକୃତ ହୋଇଛି । ସେଥିମଧ୍ୟରୁ ଯାଞ୍ଚ ପ୍ରକ୍ରିୟାରେ ପ୍ରାୟ ୨୦୦ ଜଣ ବାଦ୍ ପଡ଼ିଥିବା ସୂଚନା ରହିଛି ।
କେଉଁ ଜିଲ୍ଲାରୁ କେବେ ହବିଷ୍ୟାଳି ବ୍ରତ ପାଳନ ନିମନ୍ତେ ଆସିବେ ସେନେଇ ଚୂଡ଼ାନ୍ତ ତାଲିକା ପ୍ରଶାସନ ପ୍ରସ୍ତୁତ କରିଛି ପ୍ରଶାସନ । ସେମାନଙ୍କ ନିକଟକୁ ଚୂଡ଼ାନ୍ତ ଚୟନ ନେଇ ବାର୍ତ୍ତା ପଠାଇବା ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି ।
ଗୁରୁବାର ଟାଉନ୍ ହଲ୍ରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲାପାଳ ସମସ୍ତ ପ୍ରାଶାସନିକ କର୍ମଚାରୀଙ୍କୁ ପରାମର୍ଶ ଦେଇଛନ୍ତି । ହବିଷ୍ୟାଳି ଶିବିରରେ ବ୍ରତଧାରୀଙ୍କ ଉତ୍ତମ ଯତ୍ନ ଓ ସୁରକ୍ଷା ପ୍ରଭୃତି କାର୍ଯ୍ୟର ତାଲିମ ନେଇଛନ୍ତି ପ୍ରାଶାସନିକ କର୍ମଚାରୀ । କାର୍ଯ୍ୟରେ ଅବହେଳା କଲେ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରାଶାସନିକ କର୍ମଚାରୀଙ୍କୁ ତାଲିମ୍ ଦେବା ଅବସରରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଚେତାବନୀ ଶୁଣାଇଛନ୍ତି ।
ସମସ୍ତେ ଯେପରି ଏକ ସୁଖଦ ଅନୁଭୂତି ନେଇ ଫେରିବେ ତାହାକୁ ଲକ୍ଷ୍ୟରେ ରଖି ପରସ୍ପର ଭିତରେ ସମନ୍ୱୟ ରଖି କାମ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।
Comments are closed.