Latest Odisha News

BREAKING NEWS

୧୮ ବର୍ଷ ହେବ ଫାଇନାଲରେ ପାକିସ୍ତାନକୁ ହରାଇ ପାରିନି ଟିମ ଇଣ୍ଡିଆ

ଦୁବାଇ: ଏସିଆ କପ କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ସେପ୍ଟମ୍ବର ୨୮ରେ ଖେଳାଯିବ । ଲିଗ ଓ ସୁପର ଫୋରରେ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇଥିଲେ ମଧ୍ୟ ଫାଇନାଲ ନେଇ ପ୍ରଶଂସକ ଚିନ୍ତାରେ ଅଛନ୍ତି । ୧୮ ବର୍ଷ ହେବ ପାକିସ୍ତାନକୁ କୌଣସି ଫାଇନାଲରେ ଭାରତ ହରାଇ ପାରିନି । ଆନ୍ତର୍ଜାତୀୟ କ୍ରିକେଟରେ ଉଭୟ ଟିମ ଓଭରାଲ ୧୨ ଥର ଫାଇନାଲରେ ସାମ୍ନା ସାମ୍ନି ହୋଇଛନ୍ତି । ପାକିସ୍ତାନ ୮ ଓ ଭାରତ ୪ ଥର ବିଜୟ ହାସଲ କରିଛି । ୨୦୧୭ ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଟିମ ଇଣ୍ଡିଆକୁ ପାକିସ୍ତାନ ହରାଇଥିଲା ।

୨୦୦୭ ଟି୨୦ ବିଶ୍ୱକପ ପରେ ଭାରତ ଆଉ ଫାଇନାଲରେ ପାକିସ୍ତାନକୁ ହରାଇ ପାରିନି । ଦିନିକିଆ କ୍ରିକେଟରେ ୧୧ ଫାଇନାଲ ଖେଳାଯାଇଛି । ପାକିସ୍ତାନ ୮ଥର ବିଜୟ ହାସଲ କରିଛି । ସେହିପରି ଟି୨୦ରେ ଉଭୟ ଟିମ ଦ୍ୱିତୀୟ ଥର ପରସ୍ପରକୁ ଭେଟିବେ । ଏଥର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯାଉଛି । ବର୍ତମାନର ଫର୍ମ ବିଚାରକୁ ନେଲେ ଭାରତ ପଲା ଭାରୀ ରହିଛି । ପାକିସ୍ତାନ ୨ଥର ପରାଜିତ ହୋଇଥିବାରୁ ଚାପରେ ରହିଛି ।

Comments are closed.