Latest Odisha News

BREAKING NEWS

ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍, ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ

ସମ୍ୱଲପୁର: ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୪ଟି ଗେଟ୍। ବର୍ତ୍ତମାନ ୧୬ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ। ଶୁକ୍ରବାର ମୋଟ ୨୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଥିବା ବେଳେ ଶନିବାର ଦିନ ସେଥିମଧ୍ୟରୁ ୪ ଟି ଗେଟ୍ ବନ୍ଦ କରାଯାଇଛି।

ଲଗାତାର ବର୍ଷା କାରଣରୁ ଶୁକ୍ରବାର ହୀରାକୁଦ ଜଳ ଭଣ୍ଡାରର ୨୦ଟି ଗେଟ ଖୋଲା ଯାଇଥିଲା । ଯେଉଁ କାରଣରୁ ଶୁକ୍ରବାର ମୁଣ୍ଡଳୀରେ ୫ ଲକ୍ଷ ୭୮ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିଲା । ଆଜି ସେଥିମଧ୍ୟରୁ ୪ଟି ବନ୍ଦ କରାଯାଇଛି ।

ସୂଚନା ଥାଉକି ଲଘୁତାପ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ମାଲକାନଗିରି, କୋରାପୁଟ ଓ କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, ନୂଆପଡା ,ବଲାଙ୍ଗୀର , ନୟାଗଡ , ଖୋର୍ଦ୍ଧା, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳରେ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

୨୮ ତାରିଖ ଯାଏ ବର୍ଷା ଲାଗି ରହିବ। ଯାହା ଫଳରେ ସମୁଦ୍ର ଅଶାନ୍ତ ରହୁଥିବାରୁ ଏହି ସମୟରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରିଛି ବିଭାଗ। ଏହାସହ ମେଘୁଆ ପାଗ ସହ ସମୁଦ୍ର ଉପକୂଳରେ ୪୦ ରୁ ୬୦ କିମି ପବନ ବହିବାର ସମ୍ଭାବନା ଥିବା ନେଇ ଆକଳନ କରିଛି ବିଭାଗ।

 

Comments are closed.