Latest Odisha News

BREAKING NEWS

ଫକୀର ମୋହନ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, ଦ୍ବିତୀୟ ଥର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ବାଲେଶ୍ଵର: ବାଲେଶ୍ଵର ଫକୀର ମୋହନ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ଦ୍ବିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ ଟିମ୍ । ଶନିବାର କ୍ରାଇମବ୍ରାଞ୍ଚ ପକ୍ଷରୁ ବାଲେଶ୍ୱର ଏସଡିଜେମଙ୍କ କୋର୍ଟରେ ଦ୍ୱିତୀୟ ଥର ପାଇଁ ଚାର୍ଜସିଟ ଦାଖଲ କରାଯାଇଛି ।

ଏହା ପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ ଛାତ୍ରୀଙ୍କ ଆତ୍ମାହୁତି ଘଟଣାରେ ବାଲେଶ୍ଵର ଏସଡିଜେଏମ କୋର୍ଟରେ କ୍ରାଇମବ୍ରାଞ୍ଚ ପ୍ରଥମ ଚାର୍ଜସିଟ୍‌ ଦାଖଲ କରିଥିଲା । ତେବେ ତରବରିଆ ଭାବେ ଚାର୍ଜସିଟ୍‌ ଦାଖଲ ହୋଇଥିବା କହିଥିଲେ କଲେଜର ପୂର୍ବତନ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଓକିଲ । କ୍ରାଇମବ୍ରାଞ୍ଚ ତଦନ୍ତ ଭଲରେ କରିନାହିଁ ।

ଛାତ୍ରୀ ମୃତ୍ୟୁ ବେଳେ ସହଦେବ ଖୁଣ୍ଟା ଥାନା ତଦନ୍ତ କରୁଥିବା ବେଳେ ଘଟଣାର ପରବର୍ତ୍ତୀ ଜୁଲାଇ ୧୬ରୁ କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱ ନେଇଥିଲେ । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯାଇଛି ।

Comments are closed.