ଦୁବାଇ: ଚଳିତ ଏସିଆ କପ କ୍ରିକେଟର ଫାଇନାଲରେ ପାକିସ୍ତାନ ଭାରତ ସମ୍ମୁଖରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ଟସ ଜିିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ପାକିସ୍ତାନ ଆରମ୍ଭରୁ ଭଲ ବ୍ୟାଟିଂ ପ୍ରଦର୍ଶନ କରି ୧୨.୫ ଓଭରରେ ୨ ୱିକେଟ ହରାଇ ୧୧୩ ରନ ସଂଗ୍ରହ କରି ନେଇଥିଲା । ଦଳ ଏକ ବଡ ସ୍କୋର କରିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଭାରତୀୟ ସ୍ପିନର ସେମାନଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ନିୟମିତ ବ୍ୟବଧାନରେ ୱିକେଟ ହରାଇବା ଯୋଗୁ ପାକିସ୍ତାନ ୧୯.୧ ଓଭରରେ ୧୪୬ ରନ କରି ଅଲଆଉଟ ହୋଇ ଯାଇଥିଲା । ସାହେବଜାଦା ଫରହାନ ୫୭ ଓ ଫକର ଜମାନ ୪୬ ରନ କରିଥିଲେ । ୩୩ ରନରେ ପାକିସ୍ତାନ ୯ଟି ୱିକେଟ ହରାଇଥିଲା ।
ପାକିସ୍ତାନର ୮ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଭାରତ ପକ୍ଷରୁ ସବୁଠାରୁ ସଫଳ ବୋଲର ଭାବେ କୁଲଦୀପ ଯାଦବ ୪ଟି ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ, ବରୁଣ ଚକ୍ରବର୍ତିୀ ଓ ଯଶପ୍ରୀତ ବୁମରାହ ୨ଟି ଲେଖାଁଏ ୱିକେଟ ହାସଲ କରିଥିଲେ । କୁଲଦୀପ ତାଙ୍କ ୪ର୍ଥ ଓଭରରେ ୩ଟି ୱିକେଟ ନେଇଥିଲେ ।
Comments are closed.