Latest Odisha News

BREAKING NEWS

ଏସିଆ କପ ଟ୍ରଫି ବିବାଦ: ଫସି ପାରନ୍ତି ମୋହସୀନ ନକଭୀ

ନୂଆଦିଲ୍ଲୀ: ଏସିଆ କପ ଟ୍ରଫି ବିବାଦ ଏବେ ନୂଆ ମୋଡରେ ପଂହଚିଛି । ରିପୋର୍ଟ ଅନୁସାରେ ବିସିସିଆଇ ଏହି ଘଟଣାରେ ଏବେ କଠୋର ନିଷ୍ପତି ନେବାକୁ ଯାଉଛି । ୭୨ ଘଂଟା ମଧ୍ୟରେ ନକଭି ଟ୍ରଫି ନ ଫେରାଇଲେ ତାଙ୍କ ବିରୋଧରେ ଆଇନର ଆଶ୍ରୟ ନେବ । ନକଭି କହିଛନ୍ତି ଟିମ ଇଣ୍ଡିଆ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏସିଆନ କ୍ରିକେଟ କାଉନସିଲ ଅଫିସରେ ତାଙ୍କଠାରୁ ଟ୍ରଫି ନେବେ । ତାଙ୍କ ଜିଦ ଯୋଗୁ ବିସିସିଆଇ ତାଙ୍କ ବିରୋଧରେ ଟ୍ରଫି ଚୋରୀ ଓ ଅବୈଧ କବଜାର ଅଭିଯୋଗ କରିପାରେ । ନକଭି ଯେପରି ଟ୍ରଫି ସହ ପାକିସ୍ତାନ ନ ଯିବେ ସେଥିପାଇଁ ତାଙ୍କୁ ଦୁବାଇରେ ଅଟକାଇବା ପାଇଁ ବିସିସିଆଇ ୟୁଏଇ ଅଧିକାରୀଙ୍କ ସହ ଆଲୋଚନା ଜାରୀ ରଖିଛି ।

ଯଦି ନକଭିଙ୍କ ବିରୋଧରେ ଚୋରୀ କେସ ରୁଜୁ ହେଲେ ତାଙ୍କ ପାଇଁ ସମସ୍ୟା ବଢ଼ିଯିବ । ଦୁବାଇରେ ଚୋର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ । ମିଡିଆରେ ରିପୋର୍ଟ ପ୍ରକାଶ ପାଇଥିଲା ଟ୍ରଫି ଘଟଣାରେ ନକଭି ବିସିସିଆଇ ଅଧିକାରୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଥିଲେ । ପରେ ଏହି ଖବରକୁ ସେ ଖଣ୍ଡନ କରିଥିଲେ । ମୁଁ କୌଣସି ଭୁଲ କରି ନାହିଁ କ୍ଷମା କାହିଁକି ମାଗିବି । ସୂର୍ଯ୍ୟକୁମାର ମୋଠାରୁ ଟ୍ରଫି ନ ନେବା ପର୍ଯ୍ୟନ୍ତ ମୁଁ ଏହା କାହାକୁ ଦେବି ନାହିଁ ।

Comments are closed.