Latest Odisha News

BREAKING NEWS

ଭୟଙ୍କର ଦୁର୍ଘଟଣା: ଭାରସାମ୍ୟ ହରାଇ ଗଛକୁ ପିଟିହେଲା କାର୍; ଜଣେ ମୃତ, ୫ ଗୁରୁତର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଭୁବନେଶ୍ଵରକୁ ସଂଯୋଗ କରୁଥିବା ୨୬ ନଂ ରାଜ୍ୟ ରାଜପଥର ଦେହେଲି ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଛି। ଯାହାଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଗୁରୁବାର ଭୋର ସମୟରେ ଏକ ଧଳା ରଙ୍ଗର କାର୍‌ ୬ ଜଣ ଯାତ୍ରୀଙ୍କୁ ନେଇ ମାଲକାନଗିରିରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ । ଏହି ସମୟରେ କଳାହାଣ୍ଡି ଦେହେଲି ନିକଟରେ କାର୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା । ଯାହାଫଳରେ ଗାଡ଼ିରେ ଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ୫ ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

Comments are closed.