ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ଆସନ୍ତା ବର୍ଷ ଟି୨୦ ବିଶ୍ୱକପ ଆୟୋଜିତ ହେବ । ଏଥର ବିଶ୍ୱକପରେ ୨୦ଟି ଟିମ ଅଂଶଗ୍ରହଣ କରିବେ । ନାମ୍ବିଆ ସମେତ ୧୬ଟି ଟିମ ଯୋଗ୍ୟତା ହାସଲ କରିସାରିଛନ୍ତି । ଆଫ୍ରିକା ଯୋଗ୍ୟତା ପର୍ଯ୍ୟାୟରେ ନାମ୍ବିଆ ସେମିଫାଇନାଲରେ ତାଞ୍ଜାନିଆକୁ ହରାଇ ବିଶ୍ୱକପ ଯୋଗ୍ୟତା ହାସଲ କରିଛି । ଜିମ୍ବାୱେ ଓ କେନିୟା ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳାଯିବ । ଏହାର ବିଜେତା ମଧ୍ୟ ବିଶ୍ୱକପ ପାଇଁ ଯୋଗ୍ୟତା ଅର୍ଜନ କରିବ । ୨୦୨୧, ୨୦୨୨ ଓ ୨୦୨୪ ପରେ ୪ର୍ଥ ଥର ପାଇଁ ନାମ୍ବିଆ ବିଶ୍ୱକପ ଖେଳିବ ।
୨୦୨୨ରେ ଶ୍ରୀଲଙ୍କା ବିପକ୍ଷରେ ନାମ୍ବିଆ ଐତିହାସିକ ବିଜୟ ହାସଲ କରିଥିଲା । ବାକିଥିବା ସ୍ଥାନ ଏସିଆ ଓ ପୂର୍ବ ଏସୀୟ ପ୍ରଶାନ୍ତ କ୍ୱାଲିଫାଇ ମାଧ୍ୟମରେ ଚୂଡାନ୍ତ ହେବ । ଅକ୍ଟୋବର ୮ରୁ ଓମାନରେ ଏହା ଆରମ୍ଭ ହେବ । ଆୟୋଜକ ଭାରତ ଓ ଶ୍ରୀଲଙ୍କା ସମେତ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ, ଆମେରିକା, ପାକିସ୍ତାନ, ନ୍ୟୁଜିଲାଣ୍ଡ, ଆୟର୍ଲାଣ୍ଡ, କାନାଡା, ନେଦରଲାଣ୍ଡ, ଇଟାଲୀ ଓ ନାମ୍ବିଆ ଯୋଗ୍ୟତା ଅର୍ଜନ କରିଛନ୍ତି ।
Comments are closed.