ନୂଆଦିଲ୍ଲୀ: ମହିଳା ଦିନିକିଆ ବିଶ୍ବକପ୍ର ୧୩ତମ ସଂସ୍କରଣ ମଙ୍ଗଳବାର ଆରମ୍ଭ ହୋଇଯାଇଛି । ତେବେ ଭାରତୀୟ ମହିଳା କ୍ରିକେଟ ଦଳ ବିଜୟ ସହିତ ବିଶ୍ୱକପ ଆରମ୍ଭ କରିଛି । ଭାରତ ଶ୍ରୀଲଙ୍କା ମହିଳା ଦଳକୁ ୫୯ ରନରେ ପରାସ୍ତ କରିଛି। ଭାରତ-ପାକିସ୍ତାନ ମଧ୍ୟରେ ସମ୍ପର୍କ ଭଲ ନଥିବାରୁ ଏହି ବିଶ୍ବକପ୍ର କିଛି ମ୍ୟାଚ୍ ହାଇବ୍ରିଡ୍ ମଡେଲ୍ରେ ଶ୍ରୀଲଙ୍କାରେ ଖେଳାଯିବ । ଟିମ୍ ଇଣ୍ଡିଆ ଏବେ ଅକ୍ଟୋବର ୫ ତାରିଖରେ କଲମ୍ବୋରେ ପାକିସ୍ତାନକୁ ଭେଟିବ। ତେବେ କୁହାଯାଉଛି ପୁରୁଷ କ୍ରିକେଟର ପଥରେ ଚାଲିବ ମହିଳା କ୍ରିକେଟ ଟିମ୍ । ଆଉ ପାକିସ୍ତାନଠାରୁ ନେବେ ବଦଲା ।
ଏସିଆ କପ ପରି ବିଶ୍ୱକପରେ ବି ଦେଖିବାକୁ ମିଳିବ ନୋ ହ୍ୟାଣ୍ଡସେକ୍ । ଅର୍ଥାତ ଭାରତ-ପାକିସ୍ତାନ ଖେଳ ହେବ ସତ ହେଲେ ପାକିସ୍ତାନ ଟିମ୍ ସହ ହାତ ମିଳାଇବେନି ଭାରତୀୟ ମହିଳା ଦଳ। ମହିଳା କ୍ରିକେଟ ବିଶ୍ୱକପରେ ଭାରତ ତାର ଅଭିଯାନ ଆରମ୍ଭ କରି ସାରିଛି । ଶ୍ରୀଲଙ୍କା ବିପକ୍ଷରେ ବିଜୟୀ ହୋଇ ଭାରତ ବିଶ୍ୱକପ ଅଭିଯାନ ଆରମ୍ଭ କରିଛି । ଆଉ ଅକ୍ଟୋବର ୫ ତାରିଖରେ ଭାରତ-ପାକିସ୍ତାନକୁ ଭେଟିବ।
ଅନ୍ୟପଟେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହିଳା ବିଶ୍ୱକପ୍ ମ୍ୟାଚ୍ରେ ହାତ ମିଳାଇବ କି ନାହିଁ ସେ ବିଷୟରେ ନୀରବତା ଭାଙ୍ଗିଛନ୍ତି BCCI ସଚିବ ଦେବଜିତ ସାଇକିଆ। ଚନାନୁଯାୟୀ, BCCIର ସଚିବ ଦେବଜିତ ସାଇକିଆ ଏନେଇ କୌଣସି ପ୍ରତିଶ୍ରୁତି ଦେଇନଥିଲେ। ରବିବାର ଦିନ ହେବାକୁ ଥିବା ମହିଳା ବିଶ୍ୱକପ୍ ୨୦୨୫ ମୁକାବିଲାରେ ଭାରତ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଶାଇବ କି ନାହିଁ ସେ ସେମ୍ପର୍କରେ ଚୁପ୍ ରହିଥିଲେ। ପୂର୍ବରୁ ଭାରତୀୟ କ୍ରିକେଟ୍ ଟିମ୍ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ନମିଶାଇବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଅପରେସନ ସିନ୍ଦୂର ପରେ ଉଭୟ ଦଳ ମଧ୍ୟରେ ପ୍ରଥମ ସାକ୍ଷାତ ଥିଲା। ପହଲଗାମ ଆକ୍ରମଣ ପାଇଁ ସୂର୍ଯ୍ୟକୁମାର ଯାଦବଙ୍କ ଭାରତ ବିରୋଧୀ ଶିବିର ସହିତ ହାତ ମିଳାଇବାକୁ ମନା କରିଦେଇଥିଲା । ଯାହା ଦ୍ବାରା ପାକିସ୍ତାନ କ୍ରିକେଟ୍ ବୋର୍ଡ (PCB) ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ନିକଟରେ ଅଭିଯୋଗ କରିଥିଲା । ମ୍ୟାଚ୍ ପରେ ହାତ ମିଳାଇବା ବାଧ୍ୟତାମୂଳକ ନଥିବାରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା ।
ଅନ୍ୟପଟେ BCCI ସଚିବ ଦେବଜିତ ସାଇକିଆ ବିବିସି ଷ୍ଟମ୍ପଡକୁ କହିଛନ୍ତି ଯେ, ସେ ପୂର୍ବରୁ କୌଣସି ପୂର୍ବାନୁମାନ କରିପାରିବେ ନାହିଁ । ତଥାପି ସେ ଆଶ୍ବାସନା ଦେଇଛନ୍ତି । କିନ୍ତୁ ଭାରତ ପାକିସ୍ତାନ ଖେଳାଳିଙ୍କ ମଧ୍ୟରେ ହାତ ମିଳାଇବାକୁ ଆଶା ନ କରିବାକୁ ମଧ୍ୟ କହିଛନ୍ତି । ଏବେ ସମସ୍ତଙ୍କ ନଜର ମହିଳା ବିଶ୍ୱକପ୍ ଉପରେ ରହିଛି । ଉଭୟ ଦେଶ ମଧ୍ୟରେ ହେବାକୁ ଥିବା ଆଗାମୀ ମ୍ୟାଚରେ କ’ଣ ହେବ ତାହା ଦେଖିବାକୁ ବାକି ରହିଲା ।
Comments are closed.