Latest Odisha News

BREAKING NEWS

ବନ୍ୟା ସ୍ଥିତି ରାଜ୍ୟରେ ନାହିଁ; ବଂଶଧାରା ବିପଦ ସଙ୍କେତ ତଳେ ପ୍ରବାହିତ

ଭୁବନେଶ୍ବର: ରାଜ୍ୟରେ ବନ୍ୟା ସ୍ଥିତି ନଥିବା ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ବଂଶଧାରା ବର୍ତ୍ତମାନ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି । ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ସୂଚନା ଦେଇଛନ୍ତି ଯେ, ଗତକାଲି ଖୋର୍ଦ୍ଧା ଓ ବାଲିଆପାଳରେ ବ୍ଲକରେ ସର୍ବାଧିକ ୫୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ତେଣୁ ଏବେ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ ।

ଦକ୍ଷିଣ ଓଡ଼ିଶାର ଜଳଭଣ୍ଡାର ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇଛି । ଦକ୍ଷିଣ ଓଡ଼ିଶା ଜିଲ୍ଲା ଜଳଭଣ୍ଡାରରେ ଜଳ କମ୍ ଥିଲା । ଲଘୁଚାପ ଯୋଗୁଁ ପାଣି ଭଲ ଗଚ୍ଛିତ ହୋଇଛି । ଇନ୍ଦ୍ରାବତୀରେ ୮୮ ପ୍ରତିଶତ ପାଣି ଭର୍ତ୍ତି ହୋଇଛି । ଅପର କୋଲାବରେ ୯୧ ପ୍ରତିଶତ, ବାଲିମେଳାରେ ୭୨, ମାଛକୁଣ୍ଡରେ ୯୬ ପ୍ରତିଶତ ଜଳ ଭର୍ତ୍ତି ହୋଇଛି । ଅନ୍ୟପଟେ ସାଳନ୍ଦୀରେ ୭୫ ପ୍ରତିଶତ ଓ ଲୋୟର ଇନ୍ଦ୍ରରେ ୯୦ ପ୍ରତିଶତ ପାଣି ଭର୍ତ୍ତି ହୋଇଛି ।୪୮ଟି ମଧ୍ୟମ ଧରଣର ଜଳଭଣ୍ଡାରରୁ ୩୮ଟି ଜଳଭଣ୍ଡାରରେ ୭୫ ପ୍ରତିଶତ ପାଣି ଗଚ୍ଛିତ ହୋଇଛି ।

ଅନ୍ୟପଟେ ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବା ଆଶଙ୍କା। ଅକ୍ଟୋବର ୯ ବେଳକୁ ଉତ୍ତର ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।

 

Comments are closed.