Latest Odisha News

BREAKING NEWS

କଟକ ଉତ୍ତେଜନା: ‘ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ’

କଟକ: କଟକରେ ଉତ୍ତେଜନା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି ଡିଜିପି ୱାଇ ବି ଖୁରାନିଆ । ସେ କହିଛନ୍ତି ଯେ, ସ୍ଥିତି ନେଇ ବରିଷ୍ଠ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା ସରିଛି । ଆଇନ ଶୃଙ୍ଖଳା ବଜାୟ ରଖିବାକୁ କମିସନରେଟ ପୋଲିସ ଓ ଓଡ଼ିଶା ପୋଲିସ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ଆଇନରେ ଯେତେ କ୍ଷମତା ପ୍ରଦାନ କରାଯାଇଛି, ସମସ୍ତ କ୍ଷମତା ବ୍ୟବହାର ହେବ ବୋଲି ଡିଜିପି କହିଛନ୍ତି ।

ସେ କଟକବାସୀଙ୍କୁ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ କରିଛନ୍ତି । ସୋସିଆଲ୍ ମିଡିଆରେ ଚାଲୁଥିବା ତଥ୍ୟ ଉପରେ ବିଶ୍ବାସ ନକରିବାକୁ ସେ ପରାମର୍ଶ ଦେଇଛନ୍ତି । ପୋଲିସ ୱେବସାଇଟ୍ ରେ ଥିବା ତଥ୍ୟ ଉପରେ ହିଁ କେବଳ ବିଶ୍ବାସ କରିବାକୁ କହିଛନ୍ତି ଡିଜିପି ୱାଇ ବି ଖୁରାନିଆ ।

Comments are closed.