ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ଷ୍ଟାର ବ୍ୟାଟ୍ସମ୍ୟାନ କ୍ୱିଂଟନ ଡିକକ ଦିିନିକିଆ କ୍ରିକେଟ ଅବସରରୁ ୟୁ ଟର୍ଣ୍ଣ ନେବା ନେଇ ଆଜି ମୁହଁ ଖୋଲିଛନ୍ତି । ୨୦୨୩ ଦିନିକିଆ ବିଶ୍ୱକପ ପରେ ସେ ହଠାତ ଏହି ଫର୍ମାଟରୁ ଅବସର ଘୋଷଣା କରିଥିଲେ । ଦକ୍ଷିଣ ଆଫ୍ରିକା ସେମିଫାଇନାଲରୁ ବିଦାୟ ନେବା ପରେ ସେ ଏହି ପଦକ୍ଷେପ ଗ୍ରହଣ କରିଥିଲେ । କ୍ରମାଗତ କ୍ରିକେଟ ଓ ବିଶ୍ୱକପ ପରାଜୟ ମୋତେ ମାନସିକସ୍ତରରେ ଦୁର୍ବଳ କରି ଦେଇଥିଲା ବୋଲି ସେ କହିଛନ୍ତି । ୨୦୨୪ ଟି୨୦ ବିଶ୍ୱକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ହାରିବା ପରେ ସେ ଏହି ଫର୍ମାଟରୁ ଦୂରେଇ ରହିଥିଲେ ମଧ୍ୟ ଅବସର ଘୋଷଣା କରି ନାହାନ୍ତି । ଏବେ ଡିକକ ୟୁ ଟର୍ଣ୍ଣ ନେବା ପରେ ପାକିସ୍ତାନ ଗସ୍ତରେ ଯିବେ । ସେଠାରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସେ ଦିନିକିଆ ଓ ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ପୂନର୍ବାର ଖେଳିବେ । ଅକ୍ଟୋବର ୨୮ରୁ ଏହି ସିରିଜ ଆରମ୍ଭ ହେବ ।
ଅବସର ପରେ ଦକ୍ଷିଣ ଆଫ୍ରିକା କୋଚ ଶୁକ୍ରି କନରଡଙ୍କ ସହ ଆଲୋଚନା କରିବା ପରେ ସବୁ କିଛି ସହଜ ମନେ ହେଲା । ହଁ ତାଙ୍କୁ କଲ କରିବା ପୂର୍ବରୁ ମୁଁ ସାମାନ୍ୟ ଅସହଜ ଥିଲି । ଏବେ ସବୁ କିଛି ଠିକଠାକ ରହିଛି । ୨୦୨୭ ଦିିନିକିଆ ବିଶ୍ୱକପ ଓ ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ଚାମ୍ପିୟନ ଭାବେ ଦେଖିବାକୁ ଚାହୁଁଛି । ପାକିସ୍ତାନ ବିପକ୍ଷ ସିରିଜରେ ମୋ ପ୍ରଦର୍ଶନ କିପରି ରହୁଛି ଏହା ଉପରେ ସବୁ କିଛି ନିର୍ଭର କରେ । ଅଧିକାରୀ, କୋଚ ଏବଂ ସାଥୀ ଖେଳାଳି ମୋ ଉପରେ ବିଶ୍ୱାସ ରଖିବା ନିଶ୍ଚିତ ଭାବେ ଗର୍ବର କଥା ବୋଲି ସେ କହିଛନ୍ତି ।
Comments are closed.