Latest Odisha News

ଭାରତକୁ ୫,୦୦୦ ଆରବର ଅର୍ଥ ବ୍ୟବସ୍ଥାରେ ପରିଣତ କରିବାକୁ ଲକ୍ଷ୍ୟ; ବଜେଟ ପୂର୍ବରୁ ଦେଶବାସୀଙ୍କ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ ମୋଦୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସାଧାରଣ ବଜେଟ ଆଗତ ପୂର୍ବରୁ ଗୁରୁବାର ଦିନ ଅର୍ଥଶାସ୍ତ୍ରୀ, ବିଭିନ କ୍ଷେତ୍ରର ବିଶେଷଜ୍ଞ ଓ ସଫଳ ଯୁବ ଉଦ୍ୟମୀ ଙ୍କ ସହ ବୈଠକ କରିଛନ୍ତି | ବୈଠକରେ ସେ ଭାରତକୁ ୫,୦୦୦ ଆରବ ଡଲାର ର ଅର୍ଥବ୍ୟବସ୍ଥା ତିଆରି ଦିଗରେ ମିଳିମିଶି କମକରିବା କୁ କହିଛନ୍ତି | ବିତ୍ତ ବର୍ଷ ୨୦୨୦-୨୧ ର ସାଧାରଣ ବଜେଟ ଆଗତ ପୂର୍ବରୁ ଆୟୋଜିତ ଏହି ବୈଠକରେ ବିଶେଷଜ୍ଞମାନେ ଆର୍ଥିକ ବୃଦ୍ଧି ର ଗତି ଦେବାପାଇଁ ପ୍ରସ୍ତାବ ଦେଇଥିଲେ | ଅଢେଇ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ରେ ପ୍ରଧାନମନ୍ତ୍ରୀ ବିଶେଷଜ୍ଞ ମାନଙ୍କ ପ୍ରସ୍ତାବ କୁ ତାରିଫ କରି କହିଲେ ଯେ ନୀତି ନିର୍ମାତାଙ୍କ ଓ ବିଭିନ୍ନ ହିତାଧିକାରୀଙ୍କ ମଧ୍ୟରେ ତାଳମେଳ ବଢାଇବା କୁ ପ୍ରୟାସ କରିବେ | ଚଳିତ ଆର୍ଥିକ ବର୍ଷରେ ଆର୍ଥିକ ବୃଦ୍ଧି ହ୍ରାସପାଇ ପୂର୍ବ ୧୧ ବର୍ଷରେ ସବୁଠୁ ନିମ୍ନସ୍ଥର ପାଞ୍ଚ ପ୍ରତିଶତ ରହିବାକୁ ଅନୁମାନ କରାଯାଉଛି |

ଜାତୀୟଗଣମାଧ୍ୟମ ଅନୁସାରେ, ପିଏମ ମୋଦି କହିଲେ ଯେ ପର୍ଯ୍ୟଟନ, ସହରୀ ବିକାସ, ବେସିକ ଷ୍ଟ୍ରକ୍ଚର ଓ କୃଷି ଆଧାରିତ ଉଦ୍ୟୋଗ ପରି କ୍ଷେତ୍ର ରେ ଅର୍ଥବ୍ୟବସ୍ଥା କୁ ଆଗକୁ ନେଇଯିବାକୁ ଓ ରୋଜଗାର ସୃଷ୍ଟି କରିବା କ୍ଷମତା ଅଛି | ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଅସୀମିତ ସମ୍ଭାବନା ର ସ୍ଥଳ | ଆମେ ସଭ ମିଳିମିଶି କାମ କରିବା ଉଚିତ ଓ ଏକ ରାଷ୍ଟ୍ର ହିସାବରେ ଭାବି ଆରମ୍ଭ କରିବା ଦରକାର |

ସୂତ୍ର ଅନୁସାରେ, ବୈଠକରେ ସାମିଲ ବିଶେଷଜ୍ଞ ମନେ ସରକାର ଙ୍କୁ ଋଣ ବୃଦ୍ଧି, ରପ୍ତାନୀ ବୃଦ୍ଧି , ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ସଂଚାଳନ, ଉପଭୋକ୍ତା ଓ ରୋଜଗାର ବଢାଇବା ଉପରେ ଧ୍ୟାନ ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି | ବୈଠକରେ ପାଖାପାଖି ୪୦ ବିଶେଷଜ୍ଞ ଓ ଅର୍ଥଶାସ୍ତ୍ରୀ ଭାଗ ନେଇଥିଲେ | ପ୍ରଧାନମନ୍ତ୍ରୀ ଭରସା ଦେଇଥିଲେ ଯେ ଏହି ପ୍ରସ୍ତାବ ଉପରେ କାମ କରିବେ, ଯାହାକୁ ଜଲ୍ଦି ଲାଗୁକରାଯିବା ଦରକାର |

ଏହି ଉଚ୍ଚସ୍ତରୀୟ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ସଡକ ପରିବହନ ଓ ରଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀ, ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରୀ ପିୟୁସ ଗୋୟଲ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆଦି ସହ ନୀତି ଆୟୋଗ ର ଉପାଧ୍ୟକ୍ଷ ରାଜୀବ କୁମାର, ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ କାନ୍ତ ଓ ଅନ୍ୟ ବରିଷ୍ଠ ଅଧିକାରୀ ଭାଗ ନେଇଥିଲେ | ଏହି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅନୁପସ୍ଥିତ ଥିଲେ | ଏଥିପାଇଁ ଟ୍ୱିଟର ରେ ବହୁତ ଚର୍ଚ୍ଚା ହୋଇଥିଲା | ସୂତ୍ର ଅନୁସାରେ ଅର୍ଥମନ୍ତ୍ରୀ ପାର୍ଟିର ଅନ୍ୟ କାର୍ଯ୍ୟକ୍ରମରେ ବ୍ୟସ୍ତତା ଓ ଅନ୍ୟ ସ୍ଥିରୀକୃତ କାର୍ଯ୍ୟକ୍ରମ ବ୍ୟସ୍ତତା ପାଇଁ ମୀଟିଙ୍ଗ ରେ ଯୋଗଦେଇନଥିଲେ |

କେନ୍ଦ୍ରୀୟ ବଜେଟ-୨୦୨୦-୨୧ ପୂର୍ବରୁ ଦେଶବାସୀଙ୍କ ମତାମତ ଲୋଡ଼ିଲେ ପ୍ରଧାନମନ୍ତ୍ରୀ:

କେନ୍ଦ୍ରୀୟ ବଜେଟ-୨୦୨୦ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ମତାମତ ଓ ପରାମର୍ଶ ଲୋଡ଼ିଛନ୍ତି । ମାଇଁ ଗଭ୍ ପୋର୍ଟାଲ ଜରିଆରେ ନିଜ ମତାମତ ରଖିôବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, “କେନ୍ଦ୍ରୀୟ ବଜେଟ୍ ୧୩୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ’ ଏବଂ ଏହା ରାଷ୍ଟ୍ରର ବିକାଶ ଲାଗି ମାର୍ଗ ପ୍ରସ୍ତୁତ କରିଥାଏ । ମୁଁ ଆପଣ ସମସ୍ତଙ୍କୁ ମାଇଁ ଗଭ୍ ପୋର୍ଟାଲ ଜରିଆରେ ଚଳିତବର୍ଷ ବଜେଟ୍ ଲାଗି ନିଜ ମତାମତ ଓ ପରାମର୍ଶ ଦେବା ପାଇଁ ଆମନ୍ତ୍ରଣ କରୁଛି ।”

Comments are closed.