ହାଇଦ୍ରାବାଦ: ସିପିଆଇର ଜଣେ ବରିଷ୍ଠ ମାଓ ନେତା ମନ୍ଦା ରୁବେନ ମଙ୍ଗଳବାର ତେଲେଙ୍ଗାନାର ୱାରାଙ୍ଗଲ ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି । ରୁବେନଙ୍କ ମୁଣ୍ଡରେ ₹୮ ଲକ୍ଷ ପୁରସ୍କାର ରହିଥିଲା । ସେ ଦକ୍ଷିଣ ବସ୍ତରର ବରିଷ୍ଠ ଡିଭିଜନ କମିଟି ସଚିବ ଥିଲେ ଏବଂ ଦଣ୍ଡକାରଣ୍ୟ ସ୍ୱତନ୍ତ୍ର ଜୋନାଲ କମିଟି (DKSZC)ର ସଦସ୍ୟ ମଧ୍ୟ ଥିଲେ।
୧୯୯୧ ମସିହାରେ ଚିକିତ୍ସା ପାଇଁ ଯାତ୍ରା କରୁଥିବା ସମୟରେ, ରୁବେନଙ୍କୁ ଛତିଶଗଡ଼ ପୋଲିସ କୋଠାଗୁଡେମରୁ ଗିରଫ କରି ଜଗଦଲପୁର ଜେଲରେ ରଖିଥିଲା। ଗୋଟିଏ ବର୍ଷ ପରେ ଏହି କୁଖ୍ୟାତ ମାଓବାଦୀ ଅନ୍ୟ ତିନି ଜଣଙ୍କ ସହିତ ଖସି ପଳାଇ ଯାଇ ପୁଣି ମାଓ କାର୍ଯ୍ୟକଳାପରେ ଯୋଗ ଦେଇଥିଲେ ।
୨୦୦୫ ମସିହାରେ ଡିଭିଜନ କମିଟି ସଦସ୍ୟ ଭାବରେ କାର୍ଯ୍ୟ କରୁଥିବା ସମୟରେ ରୁବେନ ଅସୁସ୍ଥତା ଯୋଗୁଁ ହିଂସାତ୍ମକ କାର୍ଯ୍ୟକଳାପରୁ ଓହରି ଯାଇଥିଲେ। ଏହାପରେ କୁକୁଡ଼ା ଏବଂ ମେଣ୍ଢା ପାଳନରେ କରୁଥିବା ସମୟରେ ରୁବେନ୍ ମାଓବାଦୀମାନଙ୍କୁ ଆଶ୍ରୟ , ଖାଦ୍ୟ ଏବଂ ଗୁପ୍ତ ସୂଚନା ଯୋଗାଇବା ଜାରି ରଖିଥିଲେ। ଖରାପ ସ୍ୱାସ୍ଥ୍ୟ, ମାଓବାଦର ହ୍ରାସ ପାଉଥିବା ବୈଚାରିକ ପ୍ରାସଙ୍ଗିକତା ଏବଂ ମାଓ ହିଂସା ବିରୁଦ୍ଧରେ ବଢ଼ୁଥିବା ଜନସାଧାରଣଙ୍କ କ୍ରୋଧକୁ ଦର୍ଶାଇ ରୁବେନ ଆତ୍ମସମର୍ପଣ କରିବାକୁ ନିଷ୍ପତ୍ତି ନେଇଥିବା ସୂଚନା ରହିଛି ।
Comments are closed.