Latest Odisha News

BREAKING NEWS

ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଅଘଟଣ;ବଜ୍ରପାତରେ ଜଳିଗଲା ପତାକା,ପହଞ୍ଚିଛି ASI ଟିମ୍‌

ଭୁବନେଶ୍ବର: ବଜ୍ରପାତରେ ପୋଡ଼ିଗଲା ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ମନ୍ଦିରର ପତାକା । କେବଳ ପତାକା ନୁହେଁ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି । ବୁଧବାର ହୋଇଥିବା ବର୍ଷା ଓ ବଜ୍ରପାତରେ ଏପରି ହୋଇଥିବା ଜଣାପଡିଛି । ଗୁରୁବାର ASI ଟିମ୍‌ ପହଞ୍ଚି ଯାଞ୍ଚ କରୁଛି। ତେବେ ପୋଡ଼ି ଯାଇଥିବା ପତାକାକୁ କାଢ଼ି ନୂଆ ପତାକା ଲଗାଯାଇଛି।

ବାକି ଆଉ କିଛି କିଛି ସ୍ଥାନରେ ମଧ୍ୟ ବଲ୍‌ବ ପୋଡ଼ିଯାଇଛି । ଏହାସହିତ ମନ୍ଦିରର ଅନେକ ସ୍ଥାନରେ କ୍ଷୟକ୍ଷତିର ସୂଚନା ମିଳିଛି।

ଆଜି ସକାଳେ ମନ୍ଦିର ସେବାୟତ ସବୁ ଯାଞ୍ଚ କରିବା ପରେ ଏହା ଜଣାପଡ଼ିଛି। ଲିଙ୍ଗରାଜ ମନ୍ଦିରରେ ମୋଟ ୩୫ଟି ସିସିଟିଭି କ୍ୟାମେରା ଲାଗିଛି । ବଜ୍ରପାତରେ କେତେ କ୍ୟାମେରା ନଷ୍ଟ ହୋଇଛି ତାହା ସ୍ପଷ୍ଟ ହୋଇନି।

 

Comments are closed.