Latest Odisha News

BREAKING NEWS

ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ, ସ୍ଥଗିତ ରହିଲା ଫଳାଫଳ ଘୋଷଣା

ରାୟଗଡ଼ା: ଶେଷ ହୋଇଛି ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟିଂ। ସ୍ଥଗିତ ରହିଲା ଫଳାଫଳ ଘୋଷଣା। ଉପାଧ୍ୟକ୍ଷ ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ଉପରେ ଭୋଟିଂ ଶେଷ ହୋଇଛି। ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶ କ୍ରମେ ସ୍ଥଗିତ ରହିଲା ଫଳାଫଳ ଘୋଷଣା।

ଉପଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ରମେଶ ଚନ୍ଦ୍ର ଜେନା ଦେଲେ ସୂଚନା। ଭୋଟ ବାକ୍ସକୁ ଜିଲ୍ଲା କୋଷଗାରରେ ସଂରକ୍ଷିତ ରଖାଗଲା। ଉଚ୍ଚ ନ୍ୟାୟଳୟଙ୍କ ପରବର୍ତ୍ତୀ ରାୟ ଆସିବା ପର୍ଯ୍ୟନ୍ତ ରେଜଲ୍ଟ ସ୍ଥଗିତ ରହିବ। ସୂଚନା ଅନୁସାରେ ଗତକାଲି ଅନାସ୍ଥା ବିରୋଧରେ ଭୋଟିଂ ପାଇଁ ହ୍ବିପ୍‌ ଜାରି କରିଥିଲା ବିଜେଡି। ସଭାପତି ନବୀନ ପଟ୍ଟନାୟକ ଦଳୀୟ କାଉନସିଲଙ୍କ ପାଇଁ ହ୍ବିପ୍‌ ଜାରି କରିଥିଲେ।

ଅକ୍ଟୋବର ୯ ତାରିଖରେ ଭୋଟିଂ ପାଇଁ ଗତ ସେପ୍ଟେମ୍ବର ୨୨ ତାରିଖରୁ ନୋଟିସ ଜାରି ହୋଇଥିଲା। ଜିଲ୍ଲାପାଳ ଆଶୁତୋଷ କୂଲକର୍ଣ୍ଣି ଚିଠି ନମ୍ବର ୧୮୯୧ରେ ନୋଟିସ ଜାରି କରିଥିଲେ। ପୌର ପରିଷଦ ତରଫରୁ ସମସ୍ତ ୨୪ଜଣ କାଉନସିଲରଙ୍କୁ ଅନାସ୍ଥା ଭୋଟିଂ ନେଇ ଲିଖିତ ଅବଗତ କରାଯାଇଥିଲା। ହେଲେ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ବୁଧବାର ସମସ୍ତ କାଉନସିଲରଙ୍କୁ ହ୍ବିପ୍ ଜାରି କରିଥିଲା ବିଜେଡି।

Comments are closed.