ସୁନ୍ଦରଗଡ଼: ରାଉରକେଲା ରେଳ ଷ୍ଟେସନରୁ ପିପୁଲ୍ସ ଲିବେରେସନ୍ ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଲଏଫଆଇ) ର ଦୁଇଜଣ ସଦସ୍ୟଙ୍କୁ ଗିରଫ କରିଛି ଆରପିଏଫ୍ । ଆଜି ପ୍ରାୟ ସକାଳ ୯ଟା ବେଳେ ଆରପିଏଫ ସେମାନଙ୍କୁ ଧରିବାରେ ସଫଳ ହୋଇଥିଲା । ଗିରଫ ପିଏଲଏଫଆଇ ସଦସ୍ୟମାନେ ଝାଡ଼ଖଣ୍ଡ ଲାତେହାର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି ।
ଏହି ଦୁଇ ଜଣ ଟ୍ରେନ ମାଧ୍ୟମରେ ଧାନବାଦରୁ ଝାରସୁଗଡ଼ା ଦେଇ ଯାଉଥିବାବେଳେ, ଖବରପାଇ ଆରପିଏଫ ସେମାନଙ୍କୁ ଧରିବା ସହ ରାଉଲକେଲା ଆରପିଏଫ ଥାନାରେ ରଖିଛି । ରାଉରକେଲା ପୋଲିସର ଏକ ଟିମ୍ ରାଉଲକେଲା ଆରପିଏଫ ଥାନାରେ ପହଞ୍ଚି ପିଏଲଏଫଆଇର ଗିରଫ ସଦସ୍ୟମାନଙ୍କୁ ଜେରା କରିଛି ।
ଖବର ମୁତାବକ, ଗତ ୫ ତାରିଖ ରାତିରେ ଝାଡ଼ଖଣ୍ଡର ଲାତେହାର ଜିଲ୍ଲାର ଚାନ୍ଦୱା ଥାନା ଅଧିନସ୍ଥ ଟୋରି ରେଳବାଇ ଷ୍ଟେସନରେ ଥିବା କୋଇଲା ସାଇଡିଂରେ ଏହି ଗିରଫ ଦୁଇ ଅଭିଯୁକ୍ତ ଗୁଳି ଚଲାଇ ଫେରାର ହୋଇଯାଇଥିଲେ । ଏହାପର ଠାରୁ ପୋଲିସ ତାଙ୍କୁ ଧରିବାକୁ ସମସ୍ତ ଚେଷ୍ଟା ଜାରି ରଖିଥିଲା ।
Comments are closed.