Latest Odisha News

BREAKING NEWS

ଚୋରା ଚାଲାଣ ବେଳେ ୩୦ ଗ୍ରାମରୁ ଅଧିକ ବ୍ରାଉନସୁଗର ଜବତ, ୩ ଅଭିଯୁକ୍ତ ଗିରଫ

ସମ୍ବଲପୁର: ସମ୍ବଲପୁର ସହରରୁ ୩୦ ଗ୍ରାମରୁ ଉର୍ଦ୍ଧ୍ବ ବ୍ରାଉନସୁଗାର ଜବତ କରିଛି ଧନୁପାଲି ପୋଲିସ । ବ୍ରାଉନସୁଗର ବେପାର କରୁଥିବା ସମୟରେ ଅପରାଧୀ ଅରମାନ୍ ଖାନ(୨୩)କୁ ଗିରଫ କରାଯାଇଛି । ଗୁରୁବାର ଅରମାନ୍ ଡିୟର ପାର୍କ ନିକଟସ୍ଥ ଦୂରଦର୍ଶନ କେନ୍ଦ୍ର ପାଖରେ ସକାଳୁ ନିଶା କାରବାର କରୁଥିଲା । ଏହି ସମୟରେ ପୋଲିସ ହାତରେ ପଡିଯିବାରୁ ତା ଠାରୁ ୧୫.୫୮ ଗ୍ରାମର ବ୍ରାଉନସୁଗର ସହ ଗୋଟିଏ ଧାରୁଆ ଛୁରୀ ଓ ଗୋଟିଏ ମୋବାଇଲ ଫୋନ ଜବତ କରିଥିଲା ପୋଲିସ ।

ଅରମାନ୍ ନାରେ ଜିଲ୍ଲାର ବିଭିନ୍ନ ଥାନାରେ ୩୧ଟି ମାମଲା ରହିଛି । ଚୋରି, ଲୁଟ୍, ବନ୍ଧୁକ ରଖିବା, ଞ୍ଜେଇ କାରବାର, ଅସଦାଚରଣ ପରି ଏନେକ ଅପରାଧ କରିବା ସହିତ ସେ ପୂର୍ବରୁ ଜେଲ ଯାଇଥିଲା ।

ଅନ୍ୟପଟେ, ବ୍ରାଉନସୁଗାର ଚାଲାଣ କରିବା ସହିତ ବିକ୍ରି କରିବାର ଉଦ୍ୟମ କରୁଥିବା ବେଳେ ସମ୍ବଲପୁରର ଧନକଉଡା ନିବାସୀ ବିନୋଦ ବାଦୀ (୨୮) ଓ ସିଟି ଷ୍ଟେସନ ନିବାସୀ ବିନୋଦ ଟପ୍ନୋ (୩୨) ଙ୍କୁ ଧନୁପାଲି ପୋଲିସ ଗିରଫ କରିଛି । ପୁଲିସ ଉଭୟଙ୍କ ନିକଟରୁ ୧୪.୫୧ ଗ୍ରାମର ବ୍ରାଉନସୁଗାର, ୨ଟି ମୋବାଇଲ, ନଗଦ ୧୭୫୦ ଟଙ୍କା ଓ ଗୋଟିଏ ଦାମୀକିଆ କ୍ୟାମେରା ଜବତ କରିଥିଲା । ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

 

Comments are closed.