ଭୁବନେଶ୍ବର: ଆଖି ଆମ ଶରୀରର ଏକ ମୂଲ୍ୟବାନ ଅଙ୍ଗ । ଆଧୁନିକ ଜୀବନଶୈଳୀ, ସ୍କ୍ରିନ୍ ସମୟ ଏବଂ ବୃଦ୍ଧି ପାଉଥିବା ପ୍ରଦୂଷଣ ଆଖି ଉପରେ ଚାପ ବୃଦ୍ଧି କରୁଛି। ଉପଯୁକ୍ତ ଯତ୍ନ କେବଳ ଦୃଷ୍ଟିଶକ୍ତିକୁ ସୁରକ୍ଷା ଦିଏ ନାହିଁ ବରଂ ଉଚ୍ଚ ରକ୍ତଚାପ ଏବଂ ମଧୁମେହ ଭଳି ରୋଗର ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ କରିବାରେ ମଧ୍ୟ ସାହାଯ୍ୟ କରେ।
ଭଲ ଆଖି ସ୍ୱାସ୍ଥ୍ୟ ପାଇଁ ଉପଯୁକ୍ତ ପୋଷଣ ଏବଂ ନିୟମିତ ଆଖି ଯତ୍ନ ଅତ୍ୟନ୍ତ ଜରୁରୀ। ଆସନ୍ତୁ ଜାଣିବା କିପରି ସେମାନଙ୍କର ଭଲ କେୟାର ନିଆଯିବ।
ଆଖି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭିଟାମିନ୍ ହେଉଛି ଭିଟାମିନ୍ ଏ। ଏହି ଭିଟାମିନ୍ ଆଖି ସ୍ୱାସ୍ଥ୍ୟ ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଭିଟାମିନ୍ ସି, ଇ, ବି୧ ଏବଂ ଡି ମଧ୍ୟ ଆଖି ସ୍ୱାସ୍ଥ୍ୟ ପାଇଁ ଜରୁରୀ। ଏହି ଭିଟାମିନଗୁଡ଼ିକ ମୋତିଆବିନ୍ଦୁ ଭଳି ବୟସ ସମ୍ବନ୍ଧୀୟ ରୋଗକୁ ରୋକିବାରେ ସାହାଯ୍ୟ କରନ୍ତି।
ଦୃଷ୍ଟିଶକ୍ତି ଉନ୍ନତ କରିବା ଏବଂ ଆଖି ସ୍ୱାସ୍ଥ୍ୟ ବଜାୟ ରଖିବା ପାଇଁ, ଭିଟାମିନ୍ ଏବଂ ପୋଷକତତ୍ତ୍ବ ଖାଦ୍ୟ ଖାଆନ୍ତୁ। ଦୃଷ୍ଟିଶକ୍ତି ଉନ୍ନତ କରିବା ପାଇଁ ଗାଜର, ସବୁଜ ପତ୍ରଯୁକ୍ତ ପନିପରିବା, ଖଟା ଫଳ,ଡ୍ରାଏ ଫ୍ରୁଟ୍ସ , ମାଛ ଏବଂ ଅଣ୍ଡା ଖାଆନ୍ତୁ। ଏହି ଖାଦ୍ୟଗୁଡ଼ିକ ଭିଟାମିନ୍ ଏ, ସି, ଇ, ଲ୍ୟୁଟିନ୍, ଜିଆକ୍ସାଥିନ୍ ଏବଂ ଓମେଗା-୩ ଫ୍ୟାଟି ଏସିଡ୍ ରେ ଭରପୂର, ଯାହା ଆଖି ସ୍ୱାସ୍ଥ୍ୟ ପାଇଁ ଜରୁରୀ।
ଦୃଷ୍ଟିଶକ୍ତି ବୃଦ୍ଧି କରିବା ପାଇଁ କେଉଁ ବ୍ୟାୟାମ କରିବା ଉଚିତ?
– ଆମେ ପ୍ରାୟତଃ ସ୍କ୍ରିନରେ କାମ କରିବା ସମୟରେ ଆଖି ମିଟିମିଟି କରିବାକୁ ଭୁଲିଯାଉ, ଯାହା ଆମ ଆଖିରେ ଶୁଷ୍କତା ସୃଷ୍ଟି କରିପାରେ। ପ୍ରତି ୨୦ ମିନିଟରେ ୧୦-୧୫ ଥର ଆଖି ମିଟିମିଟି କରନ୍ତୁ। ଏହା ଆପଣଙ୍କ ଆଖିକୁ ଆର୍ଦ୍ର ରଖିବାରେ ସାହାଯ୍ୟ କରେ।
-ପ୍ରତି ୨୦ ମିନିଟରେ, ଆପଣଙ୍କ ସ୍କ୍ରିନ୍ ଠାରୁ ଦୂରକୁ ଦେଖନ୍ତୁ ଏବଂ ୨୦ ସେକେଣ୍ଡ ପାଇଁ ଅତି କମରେ ୨୦ ଫୁଟ ଦୂରରେ ଥିବା କୌଣସି ବସ୍ତୁକୁ ଦେଖନ୍ତୁ।
-ଆଖି ବନ୍ଦ କରନ୍ତୁ ଏବଂ ଧୀରେ ଧୀରେ ଆପଣଙ୍କ ଆଖିର ଡୋଳାକୁ ୫-୧୦ ଥର ଘୂରାନ୍ତୁ,
। ଏହା ଆଖି ମାଂସପେଶୀକୁ ଆରାମ ଦିଏ।
-ବାହାରକୁ ଯିବା ସମୟରେ ଚଷମା ପିନ୍ଧନ୍ତୁ। ଆଖିକୁ ଟିକେ ବିଶ୍ରାମ ଦେବା ପାଇଁ ପ୍ରତିଦିନ ରାତିରେ ୭-୮ ଘଣ୍ଟା ସଠିକ୍ ନିଦରେ ଶୁଅନ୍ତୁ ।
Comments are closed.