Latest Odisha News

BREAKING NEWS

୧୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫଶିଲେ ଆକାଉଣ୍ଟାଣ୍ଟ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଜଳେଶ୍ୱରରେ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଆକାଉଣ୍ଟାଣ୍ଟ । ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍‌ ପୋଷ୍ଟ ବାବଦରେ ବିଲ୍ ପାସ କରିବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ର ।

୬ ଜଣିଆ ଟିମ୍‌ ଚଢ଼ାଉ କରି ୧୦ ହଜାର ଟଙ୍କା ଜବତ କରିବା ସହିତ କମ୍ପ୍ୟୁଟରର ହାର୍ଡ ଡିସ୍କ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରି ବ୍ରଜଗୋପାଳଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

ସୂଚନା ଅନୁସାରେ, ଆଜି ଅଭିଯୋଗକାରୀ ତଥା ଠିକାଦାର ଜ୍ୟୋତି ମହାପାତ୍ର ମ୍ୟୁନିସିପାଲିଟିରେ ହୋଡିଂ ଓ ଲାଇଟ୍‌ ପୋଷ୍ଟ କାର୍ଯ୍ୟ ପାଇଁ ବିଲ୍ ଉଠାଇବାକୁ ଆସିଥିଲେ, ହେଲେ ଆକାଉଣ୍ଟାଣ୍ଟ ବ୍ରଜଗୋପାଳ ଘୋଷ ମହାପାତ୍ର ୧ ଲକ୍ଷ ଟଙ୍କା ବିଲ୍‌ ପାସ କରିବାକୁ ଠିକାଦାରଙ୍କୁ ୨୦ ହଜାର ଟଙ୍କା ଦାବି କରିଥିଲେ ।

ଠିକାଦାର ତାଙ୍କ କଥାରେ ରାଜି ହୋଇ ଆକାଉଣ୍ଟାଣ୍ଟଙ୍କୁ ୧୦ ହଜାର ଟଙ୍କା ଦେଇ ଜିଲ୍ଲା ଭିଜିଲାନ୍ସ ଅଫିସକୁ ଖବର ଦେଇଥିଲେ । ଭିଜିଲାନ୍ସ ଡିଏସପି ସିକନ୍ଦର ହେମ୍ବ୍ରମଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ଏହି ଚଢାଉ କରିଥିଲେ ।

Comments are closed.