Latest Odisha News

BREAKING NEWS

ମୁମ୍ବାଇ ରଣଜୀ ଟିମରୁ ବାଦ ପଡିଲେ ସୂର୍ଯ୍ୟକୁମାର

ମୁମ୍ବାଇ: ଭାରତୀୟ ଟି୨୦ ଟିମର ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଏବେ ଭଲ ଫର୍ମରେ ନାହାନ୍ତି । ତାଙ୍କ ନେତୃତ୍ୱରେ ଭାରତ ଏସିଆ କପ ଟି୨୦ ଟାଇଟଲ ହାସଲ କରିଥିଲେ ମଧ୍ୟ ସୂର୍ଯ୍ୟକୁମାର ଯାଦବଙ୍କ ଯୋଗଦାନ ଖାସ ନ ଥିଲା । ମୁମ୍ବାଇ କ୍ରିକେଟ ଆସୋସିଏଶନ ଆଗାମୀ ରଣଜୀ ଟ୍ରଫି ସିଜନ ପାଇଁ ଦଳ ଘୋଷଣା କରିଛି । ସୂର୍ଯ୍ୟକୁମାରଙ୍କୁ ଏହି ଦଳରେ ସ୍ଥାନ ମିଳିନି । ଶାର୍ଦ୍ଦୁଳ ଠାକୁରଙ୍କୁ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ୩୫ ବର୍ଷୀୟ ସୂର୍ଯ୍ୟକୁମାରଙ୍କୁ କାହିଁକି ଦଳରେ ନିଆଯାଇନି ସେ ସମ୍ପର୍କରେ ସ୍ପଷ୍ଟ ଜଣାପଡିନି ।

୨୦ ତାରିଖ ପରେ ସୂର୍ଯ୍ୟକୁମାର ଅଷ୍ଟ୍ରେଲିଆ ଗସ୍ତରେ ଯିବେ । ପୂର୍ବରୁ ଅଜିଙ୍କ୍ୟ ରାହାଣେ ଅଧିନାୟକ ଦାୟିତ୍ୱରୁ ସ୍ୱତଃ ଓହରି ଯାଇଥିଲେ । ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ସୂର୍ଯ୍ୟକୁମାରଙ୍କ ଅଗ୍ନିପରୀକ୍ଷା ସଦୃଶ ହେବ ।
ମୁମ୍ବାଇ ଦଳ: ଶାର୍ଦ୍ଦୁଳ ଠାକୁର (ଅଧିନାୟକ), ଆୟୂଷ ମାହାତ୍ରେ, ଆକାଶ ଆନନ୍ଦ, ଅଜିଙ୍କ୍ୟ ରାହାଣେ, ସିଦ୍ଧେଶ ଲାଡ, ଶିବମ ଦୁବେ, ସର୍ଫରାଜ ଖାଁ, ଶମ୍ସ ମୂଲାନୀ, ତନୂଷ କୋଟିୟାନ, ତୁଷାର ଦେଶପାଣ୍ଡେ, ସିଲଭେଷ୍ଟର ଡିସୁଜା, ହାର୍ଦ୍ଦିକ ଟମାରେ, ଇରଫାନ ଉମୈର, ମୁଶୀର ଖାଁ, ଅଖିଳ ହେରୱାଡେକର, ରୟଟନ ଡିସୁଜା ।

Comments are closed.